ମଣିପୁରରେ ସଙ୍କଟରେ ବିଜେପି ସରକାର, ଉପ ମୁଖ୍ୟମନ୍ତ୍ରୀ ସମେତ ଚାରି ମନ୍ତ୍ରୀ ଦେଲେ ଇସ୍ତଫା
17/06/2020 at 10:56 PM

ନୂଆଦିଲ୍ଲୀ ୧୭।୦୬: ମଣିପୁରରେ ବିଜେପି ନେତୃତ୍ଵାଧୀନ ସରକାର ସଙ୍କଟରେ ପଡି ଯାଇଛି। ବୁଧବାର ନ୍ୟାସନାଲ ପିପୁଲ୍ସ ପାର୍ଟିର ଉପ ମୁଖ୍ୟମନ୍ତ୍ରୀ ଓ୍ଵାଇ ଜୟ କୁମାର ସମେତ ନ୍ୟାସନାଲ ପିପୁଲ୍ସ ପାର୍ଟିର ଚାରି ମନ୍ତ୍ରୀ ସରକାରରୁ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ କଂଗ୍ରେସରେ ଯୋଗ ଦେଇଛନ୍ତି। ଇସ୍ତଫା ଦେଇଥିବା ଅନ୍ୟ ତିନି ଜଣ ମନ୍ତ୍ରୀ ହେଉଛନ୍ତି ଆଦିବାସୀ ଓ ଜଙ୍ଗଲ ବିକାଶ ମନ୍ତ୍ରୀ ଏନ. କାୟିଶି, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଲେଟପାୟୋ ହାୟୋକିପ ଓ ସ୍ଵାସ୍ଥ୍ୟ ଏବଂ ପରିବାର କଳ୍ୟାଣ ମନ୍ତ୍ରୀ ଏଲ, ଜୟନ୍ତ କୁମାର ସିଂହ।
ଜୟକୁମାରଙ୍କ ପାଖରେ ଆର୍ଥିକ ପଦଭାର ମଧ୍ୟ ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କୁ ଅଲଗା ଅଲଗା ପତ୍ ଲେଖିଥିବା ଜୟକୁମାର, ହାୟୋକିପ ଓ କେୟିଶି କହିଛନ୍ତି, ମୁଁ ଏହା ସୂଚିତ କରିବାକୁ ଚାହୁଁଛି ଯେ, ମଣିପୁର ବିଜେପିର ନେତୃତ୍ଵାଧୀନ ସରକାରରୁ ନିଜର ଇସ୍ତଫା ଦେଉଛୁ। ଏହା ମଧ୍ୟରେ ସାମ୍ଵାଦିକଙ୍କ ସହ ଆଲୋଚନା କରି ଜୟକୁମାର ସିଂହ କହିଛନ୍ତି ଆମେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଆନୁଷ୍ଠାନିକ ଇସ୍ତଫା ପତ୍ର ପ୍ରଦାନ କରିଛୁ।