ଶହିଦଙ୍କୁ ଅସମ୍ମାନ : ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀର ଉପରେ ବିଜେଡି ପତାକା
21/06/2019 at 6:18 PM

ଭୁବନେଶ୍ୱର ୨୧/୬ : ସହିଦ ଅଜିତ ସାହୁଙ୍କ ପାର୍ଥବ ଶରୀର ଉପରେ ବିଜେଡି ପତକା ପଡିବା ନେଇ ଜୋର ଧରିଛି ରାଜନୀତି । ଏପରିକି ଜାତୀୟ ପତକା ଉପରେ ଢଙ୍କୁଣି ହୋଇ ରହିଛି ବିଜେଡି ପତକା । ପୁଲଓ୍ବାମ ସହିଦଙ୍କ ପରିବାର ସଦସ୍ୟକୁ ବିଜେଡି ନେତା ମାଡ ମାରିବା ଘଟଣାକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ପୁଣି ବିଜେଡି ଉପରେ ଲାଗିଛି ଆଉ ଏକ ବିବାଦ । ଏହାକୁ ନେଇ ବିରୋଧୀ ବିଜେଡିକୁ ଘେରିଛନ୍ତି ଆଉ ବିଜେଡି କହିଛି ଏହା ଦୁର୍ଭାଗ୍ୟଜନକ ।
ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀର ଉପରେ ବିଜେଡି ପତାକା । କେବଳ ସେତିକି ନୁହେଁ ଜାତୀୟ ପତାକା ଉପରେ ବି ଢଙ୍କା ଯାଇଛି । ବିଜେଡି ପତକା ତଳେ ଲୁଚି ଯାଇଛି ଜାତୀୟ ପତକ। । ଏହାକୁ କିଏ କଲା କେମିତି ହେଲା ଏହାର ଜବାବ ମିଳୁନଥିବା ବେଳେ ଏହାକୁ ନେଇ ତେଜିଛି କିନ୍ତୁ ରାଜନୀତି । ବିରୋଧୀ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଲ୍ଲା ମଚାଇଛନ୍ତି, ବିଜେଡିକୁ ଜବାବ ମାଗିଛନ୍ତି ।
ଶହିଦଙ୍କ ପ୍ରତି ଏଭଳି ଅସମ୍ମାନ କରି ପ୍ରଥମଥର ପାଇଁ ବିବାଦ ଘେରକୁ ଆସିନି ବିଜେଡି । ପୁଲୁଓ୍ବାମା ଆକ୍ରମଣରେ ସହିଦ ପରିବାର ସଦସ୍ୟ ମାଡ ମାରି ସେତେବେଳେ ବିବାଦରେ ଛନ୍ଦି ହୋଇଥିଲେ ବିଜେଡି ନେତା ଦେବାଶିଷ ସମନ୍ତରାୟ । ସେ ଘଟଣା ହଟଚମଟ ହେବା ପରେ ଦେବାଶିଷ କ୍ଷମା ମାଗିଥିଲେ । ଏବେ ପୁଣି ବିଜେଡିକୁ ଲାଗିଛି ସହିଦଙ୍କୁ ଅପମାନ ଦାଗ । ଏବେ ପୁଣି ଅଭିଯୋଗ ଆସିବା ପରେ ବିଜେଡି କହିଛି ଏହା ଦୁର୍ଭାଗ୍ୟଜନକ ।
ସହିଦଙ୍କୁ ନେଇ ଏବେ ବାରମ୍ବାର ରାଜନୀତି ହେଉଥିବା ଦେଖିବାକୁ ମିଳୁଛି । ସହିଦଙ୍କ ମର ଶରୀର ଶୋଭାଯାତ୍ରା ଯିବାବେଳେ ସେଥିରୁ କେମିତି ରାଜନୈତିକ ଫାଇଦା ଉଠାଇ ହେବ ସେ ଚିନ୍ତାରେ ନେତା ରହୁଥିବାରୁ ଏଭଳି ସ୍ଥିତି ଉପୁଜୁଛି ।