ମିନତୀ ବେହେରା ହେଲେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା, ଆଉ କେଉଁ ନିଗମ, କମିଶନ ଓ ବିଭାଗ କାହାକୁ ମିଳିଲା ଜାଣନ୍ତୁ…

Published By : Prameya-News7 Bureau | August 16, 2019 IST

ଭୁବନେଶ୍ବର ୧୬|୮: ଘୋଷଣା ହୋଇଛି ସରକାରୀ ନିଗମ ଏ ସଂସ୍ଥା ପାଇଁ ରାଜନୈତିକ ନିଯୁକ୍ତି । ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ସୁଜିତ କୁମାରଙ୍କୁ ନିଯୁକ୍ତି ମିଳିଥିବାବେଳେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଇଟି ଏବଂ ଆଇଟି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି । ଲେଲିନ ମହାନ୍ତିଙ୍କୁ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ କୃତିବାସ ପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଉପଦେଷ୍ଟା ହୋଇଛନ୍ତି ଉତ୍କଳ କେଳରୀ ପରିଡା । ଦେବାଶିଷ ଘୋଷଙ୍କୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଉପଦେଷ୍ଟା ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ମୁଜିବୁଲ୍ଲା ଖାନ୍ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି ।

ସେହିଭଳି ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ନିଯୁକ୍ତ କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପରାମର୍ଶଦାତା ଭାବେ ଜନ୍ମଜୟ ଲେଙ୍କାଙ୍କୁ ଅବସ୍ଥାପିତ କରାଯାଇଛି । ଓଡିଶା କୃଷି ବିପଣନ ପରିଷଦର ଉପଦେଷ୍ଟା ଭାବେ ରାମଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି ।

ଓଡିଶା କୃଷି ଉଦ୍ୟୋଗ ନିଗମର ଅଧ୍ୟକ୍ଷ ଭାବେ ଇଶ୍ବର ପାଣିଗ୍ରାହୀ, ଆପିକଲର ଅଧ୍ୟକ୍ଷ ଭାବେ ପ୍ରଭାଦିତ୍ୟ ମିଶ୍ର, ଓଡିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅନୁପ ସାଏ, ପିସି କଲଚର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅସିତ ପଟ୍ଟନାୟକ, ଓଡିଶା କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅମରେନ୍ଦ୍ର ଦାସ, ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଭାବେ ଲୁଲୁ ଅମାତ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଚିନ୍ମୟ ସାହୁଙ୍କୁ ନିଯୁକ୍ତି ମିଳିଛି ।

ସେହିଭଳି ଓଟିଡିସିର ଅଧ୍ୟକ୍ଷା ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଦାୟିତ୍ବ ମିଳିଥିବା ବେଳେ ଓଡିଶା ଉଠା ଜଳସେଚନ ବିଭାଗ ଅଧ୍ୟକ୍ଷ ଭାବେ ଅମରେଶ ପତ୍ରୀଙ୍କୁ ଦାୟିତ୍ବ ମିଳିଛି । ଓଡିଶା ଫିଲ୍ମ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ସତ୍ୟବ୍ରତ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି । ବିଜୟ ନାୟକଙ୍କୁ ମିଳିଛି ଓଡିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଦାୟିତ୍ବ । ପ୍ରିୟଦର୍ଶୀ ମିଶ୍ରଙ୍କୁ ମିଳିଛି ଓଡିଶା ରାଜ୍ୟ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ପଦ । ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦର ଅଧ୍ୟକ୍ଷ ପଦ ମିଳିଛି ସୁବାଷ ସିଂଙ୍କୁ ।

ସଞ୍ଜୀବ ପାଇକରାୟଙ୍କୁ ଖଦି ଏବଂ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ, ସୁଧିର ଦାସଙ୍କୁ ଓଡିଶା ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଡ. ଦିଲ୍ଲୀପ ତୀର୍କିଙ୍କୁ ଓଡିଶା ହକି ପ୍ରସାର ପରିଷଦର ଅଧ୍ୟକ୍ଷ, ମାନସ ମାଡକାମୀଙ୍କୁ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବିନୟ ଟପୋଙ୍କୁ ସୁନ୍ଦରଗଡ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

ସୁସ୍ମିତା ବାଗଚୀଙ୍କୁ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ବେଳେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । କସ୍ତୁରୀ ମହାପାତ୍ରଙ୍କୁ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା, ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ପରାମର୍ଶଦାତା, ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.