ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ପଲିଥିନ ବ୍ୟାନ ପାଇଁ ବୈଠକ

Published By : Prameya-News7 Bureau | August 09, 2018 IST

ଭୁବନେଶ୍ୱର ୯/୮ : ରାଜ୍ୟରେ ବ୍ୟାନ୍ ହେବ ପଲିଥିନ୍ । ଏନେଇ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏଥିପାଇଁ କଣ ରହିବ ଗାଇଡଲାଇନ୍ ତାକୁ ନେଇ ସଚିବାଳୟରେ ଆଜି ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶଦ୍ ଆଲୋଚନା କରାଯାଇଛି । ପ୍ରଥମେ ଏକକ ବ୍ୟବହାର ପଲିଥିନ୍ ଓ ପଲିଥିନ୍ ବ୍ୟାଗ୍ ବ୍ୟବହାର ନକରିବାକୁ କଡାକଡି କରାଯିବ । ପ୍ରସ୍ତାବିତ ଗାଇଡ୍ ଲାଇନ୍ ରେ ଜରିମାନା ବ୍ୟବସ୍ଥା ବି ରହିବ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି । ଆକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ପଲିଥିନ୍ ନିଷିଦ୍ଧ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ ଟି ପୌରାଞ୍ଚଳ ସମେତ ପୁରୀ ସହରରେ ପଲିଥିନ ବ୍ୟାନ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.