ପ୍ରାକୃତିକ ଦୁର୍ବିପାକ ସମେତ ଏହି ୫ଟି ପରିସ୍ଥିତିରେ ମୃତ୍ୟୁ ପାଇଁ ମିଳିନଥାଏ ଜୀବନ ବୀମା ରାଶି, ଜାଣନ୍ତୁ ସେଗୁଡିକ କଣ…

Published By : Prameya-News7 Bureau | September 07, 2019 IST

ନୂଆଦିଲ୍ଲୀ ୭/୯: ଜୀବନ ବୀମା ତଥା ଲାଇଫ୍ ଇନସ୍ୟୁରାନ୍ସ ପ୍ରତିଟି ବ୍ୟକ୍ତି ନେଇଥାନ୍ତି, ଯେଉଁମାନଙ୍କର କି ନିଜ ପରିବାର ଲୋକଙ୍କ ପ୍ରତି ଚିନ୍ତା ରହିଥିବ ।ତେବେ  ଜୀବନ ବୀମା ନେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କି  କୌଣସି ଅଘଟଣ ଯୋଗୁଁ ଯଦି ତାଙ୍କର କିଛି ହୋଇଯାଏଁ ତେବେ ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରିବ । ଯଦିଓ ପଲିସି ଧାରକଙ୍କ ମୃତ୍ୟୁ  ହୋଇଗଲେ ଅନେକ କଂପାନୀ ଟଙ୍କାଟିଏ ବି କ୍ଲେମ ନାଁରେ ଦେଇନଥାନ୍ତି । ସେହିଭଳି ଯଦି କୌଣସି ପଲିସିଧାରକଙ୍କର ମୃତ୍ୟୁ ଦୈବିଦୁର୍ବିପାକ କାରଣରୁ କମ୍ବା ଅନ୍ୟ କୌଣସି କାରଣରୁ ହୋଇଯାଏ ତେବେ ବୀମା କଂପାନୀ ଟଙ୍କା ଦେବା ପାଇଁ ପୂରାପୂରି ମନା କରିଦେଇଥାନ୍ତି ।  ଏଭଳି ପରିସ୍ଥିତିରେ ପଲିସିଧାରକଙ୍କ ପରିବାର ଲୋକଙ୍କୁ  ଆର୍ଥିକ ସମସ୍ୟା ଦେଇ ଗତିକରିବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ କି  କେଉଁ ସବୁ ମାମଲାରେ ପଲିସିଧାରକଙ୍କର ମୃତ୍ୟୁ ହୋଇଗଲେ ବି କଂପାନୀ ପକ୍ଷରୁ କ୍ଲେମ ମିଳିନଥାଏ ।

ନୋମିନୀ ଦ୍ବାରା ରଚାଯାଇଥିବା ହତ୍ୟା

ଯଦି ପଲିସିଧାରକଙ୍କ ଟଙ୍କା ହଡପ କରିବା ଉଦ୍ଦେଶ୍ୟରେ ତାଙ୍କ ନୋମିନୀ ହିଁ ତାଙ୍କର ହତ୍ୟା କରିଦିଅନ୍ତି ତେବେ ଏଭଳି ସ୍ଥିତିରେ କୌଣସି ପ୍ରକାରେ ବୀମା କ୍ଲେମ ପ୍ରୋସେସ ହେବ ନାହିଁ । କଂପାନୀ ଏସଂପର୍କରେ ପୁଲିସ୍ ତଦନ୍ତ ପରେ ଯାଇ କୌଣସି ଚୂଡାନ୍ତ ନିଷ୍ପତିରେ ପହଂଚିପାରିବ । ଏହାଛଡା ଯଦି ପଲିସିଧାରକ ପୂର୍ବରୁ ହିଁ କୌଣସି ଅପରାଧିକ ମାମଲାରେ ଲିପ୍ତ ରହିବା କାରଣରୁ ତାଙ୍କର ହତ୍ୟା ହୋଇଥାଏ ତେବେ ବି କ୍ଲେମ ମିଳିବ ନାହିଁ ।

କୌଣସି ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା

ଯଦି ପଲିସିଧାରକଙ୍କର କୌଣସି ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ରହିଛି ତେବେ ମଧ୍ୟ କଂପାନୀମାନେ ଜୀବନ ବୀମା କ୍ଲେମ ଦେବେ ନାହିଁ ।

ମଦ୍ୟପାନ

ଯଦି ପଲିସିଧାରକ ମାତ୍ରାଧିକ  ମଦ୍ୟପାନ କରିୁଥିବେ ତେବେ ତାଙ୍କୁ କୌଣସି ପ୍ରକାରର କ୍ମେମ ମିଳିବ ନାହିଁ । ମଦ ପିଇ ଡ୍ରାଇଭିଂ କରିବା ସମୟରେ ଯଦି ତାଙ୍କର ଦୁର୍ଘଟଣା ଘଟି ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ବୀମା କ୍ଲେମ ମିଳିବ ନାହିଁ ।

ଭୂମିକମ୍ପ, ସୁନାମୀ ଭଳି ପ୍ରାକୃତିକ ଦୁର୍ବିପାକ

ଭୂମିକମ୍ପ, ଚକ୍ରବାତ, ସୁନାମୀ, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ କୌଣସି ପଲିସିଧାରକଙ୍କ ଯଦି ମୃତ୍ୟୁ ହୋଇଯାଏ ତେବେ ବୀମା କଂପାନୀମାନେ କୌଣସି ପ୍ରକାରର କ୍ଲେମ ଦେଇନଥାନ୍ତି ।

ପ୍ରସବ ସମୟରେ ମା’ର ମୃତ୍ୟୁ ହୋଇଗଲେ

ସେହିଭଳି ଯଦି ପ୍ରସବ ସମୟରେ ମହିଳା ପଲିସିଧାରକଙ୍କର ମୃତ୍ୟୁ ହୋଇଯାଏ, ତେବେ ବୀମା କଂପାନୀମାନେ କ୍ଲେମ ଦେଇନଥାନ୍ତି ।

ଆତ୍ମହତ୍ୟା କଲେ

ଯଦି କୌଣସି ପଲିସିଧାରକ ପଲିସି ନେବାର ପ୍ରଥମ ବର୍ଷରେ ହିଁ ଆତ୍ମହତ୍ୟା କରି ଦିଅନ୍ତି, ତେବେ ତାଙ୍କ ପରିବାର ଲୋକଙ୍କୁ ବୀମା କଂପାନୀ ତରଫରୁ କୌଣସି ବି ଆର୍ଥିକ ସହାୟତା ମିଳିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.