ମାସ୍କ ନ ପିନ୍ଧି ବାହାରକୁ ବାହାରିବାରୁ ମହିଳାଙ୍କୁ କାନ୍ଥରେ ଚାପି ତଣ୍ଟି ଚିପିଦେଲା ପୋଲିସ

Published By : Prameya-News7 Bureau | August 12, 2020 IST

ମେଲବର୍ନ ୧୨/୦୮ : ଅଷ୍ଟ୍ରେଲିଆ ପୋଲିସ ଜଣେ ମହିଳାଙ୍କୁ କାନ୍ଥରେ ଚାପି ତଣ୍ଟି ଚିପିବାର ଭିଡିଓ ଭାଇରାଲ ହୋଇଛି | ଘଟଣାର ଫୁଟେଜ ସାମ୍ନାକୁ ଆସିବା ପରେ ପୋଲିସ କହିଛି ଯେ ମହିଳାଙ୍କୁ ଗିରଫ କରାଯିବ କାରଣ ମହିଳା ଜଣକ ନିଜ ନାମ ଓ ଠିକଣା କହିନାହାନ୍ତି | ଭିଡିଓ ଫୁଟେଜରେ ପୁରୁଷ ପୋଲିସକର୍ମୀ ମହିଳାଙ୍କୁ ଧମକ ଦେଉଥିବା ନଜର ଆସିଛି | ମହିଳା ଜଣକ ପୋଲିସକର୍ମୀକୁ କହୁଛନ୍ତି ଯେ ତାଙ୍କୁ ଅଣନିଶ୍ୱାସୀ ଲାଗୁଚି, ତଥାପି ପୋଲିସ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି |   

{"id":313638,"width":557,"height":334,"sizeSlug":"large"}

ପୋଲିସ ଜାରି କରିଥିବା ନିଜ ବୟାନରେ କହିଛି ଯେ ମେଲବର୍ନରେ ୱେଲିଙ୍ଗଟନ୍ ଷ୍ଟ୍ରିଟରେ ଲୋକେ ଯିବା ଆସିବା କରୁଥିଲେ | ସେତେବେଳେ ସ୍ଥାନୀୟ ସମୟ ଅନୁସାରେ ୫ଟା ବାଜିଥିଲା | ଜଣେ ୨୧ ବର୍ଷୀୟ ମହିଳା ମାସ୍କ ନ ପିନ୍ଧି ରାସ୍ତାରେ ହଉଥିବ ସେ ଦେଖିଥିଲେ | ପୋଲିସ କହିଛି ଯେ କରୋନା ପ୍ରକୋପ କମ କରିବାକୁ ଘରୁ ବାହାରିଲେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ | ସେହି ମହିଳାଙ୍କୁ ପୋଲିସ ଯେମିତି ହେଲେ ଗିରଫ କରିବ ବୋଲି କହିଛି କାରଣ ଉକ୍ତ ମହିଳା ନିଜ ନାମ ଓ ଠିକଣା କହିବାରେ ବିଫଳ ହୋଇଛନ୍ତି | ଏକ ଭାଇରାଲ ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ମହିଳା ପତି କରୁଥିବା ଦେଖିବାକୁ ମିଳିଛି |

ଏହି ଭିଡିଓରେ ପୀଡିତା ଜଣେ ମହିଳା ଅଧିକାରୀଙ୍କୁ ଲତା ମାରୁଥିବା ଦେଖିବାକୁ ମିଳିଛି ଯିଏ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସାମ୍ନାକୁ ଆସିଥିଲେ | ଏହାପରେ ପୁରୁଷ ପୋଲିସ ଅଧିକାରୀ ସେହି ମହିଳାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥାନ୍ତି | ଏହାପରେ ମହିଳା ଜଣକ ବାରମ୍ବାର ପଚାରୁଛନ୍ତି ଯେ ସେ କଣ ଭୁଲ କରିଛନ୍ତି |

ସେହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଘଟଣାର ଭିଡିଓ କରୁଥିଲେ | ସେ ଭିଡିଓ କରୁଥିବା ଦେଖି ମହିଳା ଜଣକ ବାରମ୍ବାର କହୁଥିଲେ ଯେ ତାକୁ ଏଠୁ ବିଦା କର | ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କ ପୁରୁଷ ବନ୍ଧୁ ବୋଲି ଜଣାପଡିଛି | ମାସ୍କ ପାଇଁ ମହିଳାଙ୍କୁ କ୍ଷମା କରିଦେବାକୁ ଯୁବକ ଜଣକ ପୋଲିସକୁ କହୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.