ସଟ୍ଟା ଖେଳାଳିଙ୍କୁ ଧରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେ​‌ଲେ ପୋଲିସ ବାବୁ, ତାପରେ ଗୋଡ଼ଠୁ ମୁଣ୍ଡ ନିର୍ଧୁମ ଛେଚି ଦେଇଗଲେ ଜୁଆଡ଼ି

Published By : Prameya-News7 Bureau | November 08, 2021 IST

ମୋତିହାରି ୦୮/୧୧:  ଜୁଆ ଆଡ୍ଡାରେ ରେଡ୍‌ ମାରି ହଟହଟ୍ଟା ହେଲେ ପୋଲିସ ବାବୁ। ଜୁଆଡିଙ୍କ ଆକ୍ରୋଶରେ ଶିକାର ହୋଇ ଲହୁଲୁହାଣ ମଧ୍ୟ ହେଲେ। ପୋଲିସ ବାବୁଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ମାରିଛନ୍ତି ଜୁଆଡି ଗୋଷ୍ଠୀ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦଳେ ଲୋକ ଜଣେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବା ଦେଖିବାକୁ ମିଳିଛି।

ଦୁଇ ଜଣ  ଖାକି ବାବୁଙ୍କୁ ଖୁଣ୍ଟରେ ବାନ୍ଧିଦେଇଥିବା ବେଳେ ଦୁଇ ହାତକୁ ପଛ ପଟେ ବାନ୍ଧି ଦେଇଛନ୍ତି। ପୋଲିସ ବାବୁଙ୍କୁ ବାନ୍ଧି ଦେବା ପରେ  ଜଣେ କେହି ତାହାର ଭିଡିଓ କରୁଛି ଏବଂ କିଏ ରେଡ୍‌ କରିବାକୁ ପଠାଇଥିଲା ବୋଲି ପଚାରୁଛି।  ଏହି ସମୟରେ ଅନ୍ୟମାନେ ତାଙ୍କୁ ଚାପୁଡ଼ା ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଦୀପାବଳି ରାତିରେ ବିହାରର ଧରମପୁର ଗାଁରେ ଘଟିଥିବା କୁହାଯାଉଛି। ପୀଡ଼ିତ ପୋଲିସ ବାବୁ ସୁଗାଇଲ୍‌ ଥାନାର ଏଏସଆଇ  ସୀତାରାମ ଦାସ ବୋଲି ଜଣାପଡ଼ିଛି।

ଦଳେ ଲୋକ ମଦ୍ୟପାନ କରୁଥିବା ଏବଂ ଜୁଆ ଖେଳୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଧରମପୁର ଗାଁରେ ଝଗଡ଼ା ହୋଇଥିଲା। ସୂଚନା ଅନୁଯାୟୀ, ପୋଲିସ ବାବୁ ତାର ସମାଧାନ ପାଇଁ ଗାଁକୁ ଯାଇଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ। ଭିଡ଼ ବାହାରୁକ ଆସିପାରିନଥିଲେ ଦାସ। ତେଣୁ ଭିଡ଼ର ଆକ୍ରୋଶରେ ଶିକାର ହେଲେ ମାଡ଼ ମଧ୍ୟ ଖାଇଲେ ବୋଲି ପୋଲିସ କହିଛି। ଭାଇରାଲ୍‌ ଭିଡିଓକୁ ଆଧାର କରି ସେହି ଗାଁର କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ସେହିଭଳି ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଜଣେ ଲୋକ ବାଣ ନଫୁଟାଇବାକୁ ଅନୁରୋଧ କରି ନିର୍ଧୁମ ଛେଚା ଖାଇଛନ୍ତି। କୁକୁର ଡରୁଛି ତେଣୁ ବାଣ ଫୁଟାଅନି ବୋଲି ପୀଡ଼ିତ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଥିଲେ । ପୀଡ଼ିତ ୩୦ ବର୍ଷୀୟ ଏଏସ୍‌ ଚାଟର୍ଜୀ ବୋଲି ଜଣାପଡ଼ିଛି। ଏନେଇ ଭସି ପୋଲିସ ଦୁଇ ଅଭିଯୁକ୍ତ କିଶୋର ବିଚାରେ ଏବଂ ତା ପୁଅ ନାଁରେ ମାମଲା ରୁଜୁ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.