Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ସାଂଘାତିକ ଭୁଲ!/ବାଲେଶ୍ବର ଜେଲରେ କଏଦୀ ହତ୍ୟାଘଟଣା: ମୃତ ବିଚାରାଧୀନ କଏଦୀ ରାମଚନ୍ଦ୍ର ଦାସଙ୍କୁ ରାମଚନ୍ଦ୍ର ସେନାପତି ଭାବି ଗିରଫ କରିଥିଲା ପୋଲିସ, ସାଧାରଣରେ ଉତ୍ତେଜନା

11/11/2018 at 9:31 PM

ବାଲେଶ୍ବର୧୧|୧୧: ବାଲେଶ୍ବରରେ ଜଣେ ବିଚାରାଧୀନ କଏଦୀର ହତ୍ୟାକୁ ନେଇ ତେଜିଛି ବିବାଦ।  ବାଲେଶ୍ବର ଜେଲ୍ ରେ ଆଜୀବନ କାରଦାଣ୍ଡ ଭୋଗୁଥିବା ଜଣେ କଏଦୀର ପଥର ଆକ୍ରମଣରେ ବିଚରାଧୀନ କଏଦୀ ର ମୃତ୍ୟୁ ହୋଇଥିବା ବେଳେ ପରେ ସାମ୍ନାକୁ ଆସିଛି ସାଂଘାତିକ  କଥା। ପ୍ରାଣ ହରାଇଥିବା ବିାଚରାଧୀନ କଏଦୀକୁ ଭୁଲ୍‌ ପରିଚୟରେ କୁଆଡ଼େ ପୋଲିସ ଗିରଫ କରିଥିଲା। କଏଦୀର ମୃତ୍ୟୁକୁ ନେଇ ତାତିଛନ୍ତି ଲୋକେ। ଜେଲ୍‌ ସାମ୍ନାରେ ବିକ୍ଷୋଭ କରିଛନ୍ତି ।

କଏଦୀ ମୃତ୍ୟୁରୁ ବାହାରିଲା ସାଂଘାତିକ କଥା। ପ୍ରାଣ ହରାଇଥିବା କଏଦୀଙ୍କୁ କୁଆଡ଼େ ଭୁଲ୍‌ ପରିଚୟରେ ଗିରଫ କରିଥିଲା ପୋଲିସ । ବିଚାର ଚାଲିଥିବା ବେଳେ ଜେଲ୍‌ ଭିତରେ ତାଙ୍କୁ ପୁଣି କରାଗଲା ହତ୍ୟା ।   ତାତିଛନ୍ତି ଲୋକେ ଜେଲ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି , ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି । ବାଲେଶ୍ବର ଜେଲ୍‌ରେ ବିଚାରାଧୀନ କଏଦୀ ରାମଚନ୍ଦ୍ରଙ୍କ ମୃତ୍ୟୁ ନେଇ ଦେଖାଦେଇଛି ଉତ୍ତେଜନା।

ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା । ବାଲେଶ୍ବର ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ରାମଚନନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲା ପୋଲିସ। ରାମଚନ୍ଦ୍ରକୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଅନ୍ୟ ଜଣେ କଏଦୀ ଶରତ ଚନ୍ଦ୍ର ଗିରି ଇଟାରେ ପିଟିପିଟି ହତ୍ୟା କରିଥିଲା। ଗୁରୁତର ଅବସ୍ଥାରେ ରାମଚନ୍ଦ୍ରଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପରେ ପରିବାର ଲୋକେ ପହଞ୍ଚିବା ପରେ ଜଣା ପଡ଼ିଥିଲା ଯେ ପ୍ରାଣ ହରାଇଥିବା କଏଦୀ ରାମଚନ୍ଦ୍ର ଦାସ ନୁହେଁ ରାମଚନ୍ଦ୍ର ସେନାପତି। ଚୋରା ମଦ ବେପାର ଅଭିଯୋଗରେ ରାମଚନ୍ଦ୍ରକୁ ପୋଲିସ ୯ ତାରିଖରେ ଉଠାଇନଥିଲା। ୬୫ ବର୍ଷିୟ ରାମଚନ୍ଦ୍ର ଅସୁସ୍ଥ ହେବାରୁ ଜେଲ୍‌ ହସ୍ପିଟାଲରେ ତାଙ୍କୁ ଚିକିତ୍ସିତ କରାଯାଉଥିଲା। ଆଉ ସେହିଠାରେ ଚିକିତ୍ସିତ ହେଉଥିଲା ୨୦୦୯ରୁ ଏକ ହତ୍ୟା ମାମଲାରେ ଆଜୀବନ ଦଣ୍ଡ ଭୋଗୁଥିବା ଶରତ ଗିରି। ମାନସିକ ବିକୃତି ଥିବା ଶରତ ସେଠାରେ ରାମଚନ୍ଦ୍ରକୁ ହତ୍ୟା କରିଥିଲା। ତେବେ ଭୁଲ ପରିଚୟ ପାଇଁ ଗିରଫ ହୋଇଥିବା ରାମଚନ୍ଦ୍ର ସେନାପତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ।

ପ୍ରଶ୍ନ ଉଠୁଛି. ତ୍ରୁଟି କେଉଁଠି ରହିଲା। ରାମଚନ୍ଦ୍ର ଦାସ ସ୍ଥାନରେ ରାମଚନ୍ଦ୍ର ସେନାପତିଙ୍କୁ ପୋଲିସ ଗିରଫ କଲା କେମିତି। ଗିରଫ ବିଚାରାଧୀନ କଏଦୀର ସୁରକ୍ଷା କାହାର ଦାୟିତ୍ବ । ଜଣେ ମାନସିକ ବିକୃତି ଥିବା କଏଦୀ ଉପରେ ନଜର ରଖାଗଲା ନାହିଁ କେମିତି । ସେପଟେ ପୋଲିସ କହିଛି ଏସବୁର ତଦନ୍ତ ଚାଲିଛି।  କିନ୍ତୁ ଗିରଫ ହୋଇଥିବା ବ୍ୟକ୍ତି ହିଁ ଚୋରା ମଦ ବ୍ୟବସାୟ କରୁଥିଲା। ତାକୁ ସ୍ପଟ ଉପରୁ ହିଁ ଗିରଫ କରାଯାଇଥିଲା। ଆଉ ନାଁରେ ତ୍ରୁଟିର ନେଇ ତଦନ୍ତ କରାଯାଉଛି।

ଏବେ ତଦନ୍ତ ହିଁ ସାମ୍ନାକୁ ଆଣିବ କିଏ ଦୋଷୀ କିଏ ନିର୍ଦ୍ଦୋଷ। ଆଉ କଏଦୀ ମୃତ୍ୟୁ ପାଇଁ କିଏ ଦାୟୀ।

   Related Posts