Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନିହାରିକା ହତ୍ୟାକାଣ୍ଡର ଅନେକ ରହସ୍ୟ ଏବେବି ଖୋଲିନି : ରାଜାକୁ ରିମାଣ୍ଡରେ ନେବ ଜଗତସିଂହପୁର ପୋଲିସ

21/09/2019 at 5:29 PM

ଜଗତସିଂହପୁର ୨୧।୯: ନର୍ସ ନିହାରିକା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଆଞ୍ଚଲକୁ ଗିରଫ କରିବାପରେ ପୋଲିସ ଆଜି କୋର୍ଟ ଚାଲାଣ କରିବ । ତେବେ ନିହାରିକା ହତ୍ୟାକାଣ୍ଡର ଆହୁରି ଅନେକ ରହସ୍ୟ ଏପର୍ଯ୍ୟନ୍ତ ଉନ୍ମୋଚିତ ହୋଇନାହିଁ । ତେଣୁ ରାଜାକୁ ୫ ଦିନ ପାଇଁ ରିମାଣ୍ଡରେ ନେବା ଲାଗି ପୋଲିସ ଅଦାଲତରେ ଆବେଦନ କରିବ ବୋଲି ଜଗତସିଂହପୁର ଏସ୍‌ପି ଆର୍‌ ପ୍ରକାଶ ସୂଚନା ଦେଇଛନ୍ତି ।

ଯଦିଓ ରାଜା କିଭଳି ନିହାରିକାଙ୍କ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ତାହା ସ୍ପଷ୍ଟ କରିଛି । କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ନେଇ ରାଜା ଯାହା କହୁଛି ତାହା ପୋଲିସ ପାଇଁ ଯଥେଷ୍ଟ ନୁହେଁ । ସେଥିପାଇଁ ପୋଲିସ ରାଜାକୁ ଅଧିକ ଜେରା କରିବା ଲାଗି ଚାହୁଁଛି ।

ଏହି ହତ୍ୟାକାଣ୍ଡ ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ଥିବା ଆଲୋଚନା ହେଉଥିଲା । ତେବେ ଆଜି ଜଗତସିଂହପୁର ଏସ୍‌ପି ଏହାକୁ ଅସ୍ୱୀକାର କରିଛନ୍ତି । ତେବେ ହତ୍ୟାକାଣ୍ଡ ପଛର ମୋଟିଫ୍‌ କଣ ଥିଲା ଏବଂ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ କାହିଁକି ରାଜା ହତ୍ୟାକଲା ତାହାର ସନ୍ତୋଷଜନକ ଉତ୍ତର ପୋଲିସ ଖୋଜିବାକୁ ଚାହୁଁଛି ।

ଏଥିସହିତ ନିହାରିକାଙ୍କୁ ଏକା ହତ୍ୟା କରି ଏକା ଏକା ତାଙ୍କ ଶବକୁ ଗାଏବ କରିବା ପୋଲିସକୁ ବିଶ୍ୱାସ ହେଉନାହିଁ । ଏଥିରେ ରାଜାକୁ ଆଉ କେହି ସହଯୋଗ କରିଛି କି ନାହିଁ ପୋଲିସ ସେ ସମ୍ପର୍କରେ ମଧ୍ୟ ଦୃଢ ନିଶ୍ଚିତ ହେବା ପାଇଁ ଚାହୁଁଛି । ହତ୍ୟାକାଣ୍ଡ ପଛର ସମସ୍ତ ଅଡୁଆ ସୁତାକୁ ଯୋଡିବା ଲାଗି ପୋଲିସ ରାଜାକୁ ରିମାଣ୍ଡରେ ନେଇପାରେ ।

   Related Posts