ଗୋଲଡେନ୍ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ୩ଦିନିଆ ରିମାଣ୍ଡ ନେବ କମିଶନରେଟ୍ ପୋଲିସ: ଗଡ ଫାଦର କିଏ ଖୋଲିବ ଗୁମର

Published By : Prameya-News7 Bureau | January 02, 2019 IST

ଭୁବନେଶ୍ବର୨|୧: ଗୋଲଡେନ୍‌ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ୩ଦିନିଆ ରିମାଣ୍ଡ ନେବ କମିଶନରେଟ୍‌ ପୋଲିସ । ଫରଜରି ଓ ଚିଟିଂ କେସ୍‌ରେ ଦିଲ୍ଲୀରୁ ଧରାପଡ଼ିବା ପରେ ଏବେ ଏହି ଗୋଲଡେନ୍‌ ବାବାଙ୍କ ପୂରା କାରବାରର ପଞ୍ଜିକା ଖୋଲିବ ପୋଲିସ । ବାବାଙ୍କ ଗଡ୍‌ଫାଦର କିଏ ?  କେମିତି ଆଉ କାହାଠୁ ସେ ଏତେ ଅର୍ଥ ଆଣୁଥିଲେ ସେ ସବୁର ଏବେ ଖୋଳତାଡ଼ ହେବ ।

wp:gallery {"ids":[69805]} /wp:gallery

ନେତା ହେବାକୁ ସ୍ବପ୍ନ ଦେଖୁଥିଲାବନିଥିଲା ସମାଜସେବୀହେଲେ ଭଦ୍ର ମୁଖା ତଳେ ଲୁଚି ରହିଥିଲା ଅସଲ ଚେହେରାହେଲେ ଗୋଟିଏ ବ୍ୟାଙ୍କ ଚେକ୍‌ ବାବାଙ୍କ ସବୁ କାରନାମାକୁ ପଦାରେ ପକାଇଦେଲା । ଏକ ବିଲଡର କମ୍ପାନୀର ଚେକ୍‌ରେ ଚଞ୍ଚକତା କରି ୧୨କୋଟି ଟଙ୍କା ଠକି ନେବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ ଏହି ଗୋଲଡେନ୍‌ ବାବା ।ଦିଲ୍ଲୀରୁ ଧରାପଡ଼ିବା ପରେ ଏବେ ଗୋଲଡେନ୍‌ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ୩ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ ।ଆଉ ଖୋଲିବ ବାବାଙ୍କ କଳା କାରବାରର ପଞ୍ଜିକା ।

ଗୋଲଡେନ୍‌ ବାବାଙ୍କ ଗଡ୍‌ଫାଦର କିଏ । କିଭଳି ସେ ସାଧାରଣ ଜ୍ୟୋତି ରଞ୍ଜନରୁ ବନିଗଲେ ଗୋଲଡେନ୍‌ ବାବା । କେଉଁଠୁ ଆଣୁଥିଲେ ଏତେ ଟଙ୍କା । ଏସବୁର ତଦନ୍ତ ଆରମ୍ଭ କରିଦେଇଛି କମିଶନରେଟ୍‌ ପୋଲିସ । ମଙ୍ଗଳବାର ଗୋଲଡେନ ବାବାଙ୍କ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ଥିବା ଘର ଉପରେ ଚଢାଉ ହୋଇଥିଲା । ସେଠାରୁ ବହୁ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ଆଉ କେଉଁ କେଉଁ କମ୍ପାନୀକୁ ଚୁନ ଲଗାଇଛନ୍ତି. ଅର୍ଥ ଆତ୍ମସାତ୍‌ ଘଟଣାରେ ଆଉ କିଏ ଭାଗିଦାରୀ ଅଛନ୍ତି । ସେ ସବୁର ଖୋଳତାଡ଼ କରିବାକୁ ପୋଲିସର ସ୍ପେଶାଲ ଟିମ୍‌କୁ ଦାୟିତ୍ବ ଦିଆଯାଇଛି । ହେଲେ ଏ ବାବଦରେ କିନ୍ତୁ ବାବାଙ୍କୁ ପଚାରିଲେ, କହୁଛନ୍ତି ଏସବୁ କିଛି ରାଜନୀତିର ଖେଳ।

wp:gallery {"ids":[69806]} /wp:gallery

ଜ୍ୟୋତି ରଞ୍ଜନ ବିରୋଧରେ ଦଫା ୪୬୭, ୪୬୮, ୪୭୧, ୪୨୦ ଓ ୫୧୧ ଧାରା ମାମଲା ରୁଜୁ ହୋଇଛି । ଭୁବନେଶ୍ବର ଏସଡିଜିଏମ କୋର୍ଟରେ ହାଜର ପରେ ଏବେ ବାବାଙ୍କ ନୂଆ ଠିକଣା ହୋଇଛି ଝାରପଡ଼ା ଜେଲ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.