Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପୋଲିସ ପଞ୍ଝାରେ ଡ୍ରଗ୍ସ ରାଜା ଓ ରାଣୀ; କେମିତି ଭାଙ୍ଗିଲା ଧଳା ଜହରର ଅବୈଧ ଅଭେଦ୍ୟ ଦୁର୍ଗ ଜାଣନ୍ତୁ…

18/09/2019 at 6:33 PM

ଭୁବନେଶ୍ବର୧୮|୯; ବାଲେଶ୍ବରର କୁଖ୍ୟାତ ଡ୍ରଗ୍‌ସ ମାଫିଆ ଶେଖ୍‌ ରାଜାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ୭ ଦିନିଆ ରିମାଣ୍ଡରେ ନେଇଛି। ରାଜ୍ୟ ବାହାରେ  ରାଜାର  ବ୍ୟାବସାୟିକ ଲିଙ୍କ ଥିବା ସନ୍ଦେହ କରାଯାଉଛି ।  ଏପଟେ ରାଜଧାନୀ ଭୁବନେଶ୍ବରର ଡ୍ରଗ୍‌ସ ହବ୍‌ ଭାବେ ପରିଚିତ ଲକ୍ଷ୍ମୀସାଗର ହଳଦିପଡ଼ିଆ ବସ୍ତିରୁ ମୋଷ୍ଟ ୱାଣ୍ଟେଡ୍ ହସିନା ଖାତୁନ୍‌ କୁ ଗିରଫ କରିଛି ଏସ୍‌ଟିଏଫ୍‌ ସ୍ପେଶାଲ ଟିମ୍‌ ।….

ରାଜା ପାଖରୁ ବାହାରିବ ରାଜ୍ୟର ନିଶା ସାମ୍ରାଜ୍ୟର ଚେର। ବାଲେଶ୍ବରର ଧଳା ଜହର ମାଫିଆ ଶେଖ୍ ରାଜାକୁ ୭ ଦିନିଆ ରିମାଣ୍ଡରେ ନେଇଛି ଏସଟିଏଫ ।  ଏବେ ରାଜା ଓଗାଳିବ ଧଳା ଜହର ଦୁନିଆର କଳା କାରନାମାସବୁ। ଆଜି ତାର ବାଲେଶ୍ବର ଅର୍ଡର ବଜାର ସ୍ଥିତ ଘରେ ରେଡ୍ କରିଛି ପୋଲିସ ।  ଏ ହେଉଛି ଅର୍ଡର ବଜାର ମସଜିଦ୍ ଗଳିରେ ଥିବା ଶେଖ୍‌ ରାଜାର ଘର।  ଦେଖନ୍ତୁ ଲାଗିଛି ସିସିଟିଭି।  ରାଜା ଘରୁ ରହି ରାସ୍ତା ଉପରେ ରଖୁଥିଲା ନଜର।  ପୁଳା ପୁଳା ସିସିଟିଭି ରାସ୍ତାରେ ଲଗାଇଛି।  ଏହି ଘରେ ଶେଖ୍‌ ରାଜା ତାର ଭାଉଜ ସନୱାରା ସହିତ ରହୁଥିଲା ।  ଡିଏସପି ମନୋଜ ରାଉତଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ରାଜାର ଘରେ ତାଲା ଭାଙ୍ଗି ପଶିଥିଲେ।  ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ ଜବତ କରିଛି ପୋଲିସ। ।…

ରାଜ୍ୟ ବାହାରେ ମଧ୍ୟ ରାଜାର ବ୍ୟବସାୟିକ ଲିଙ୍କ ରହିଛି।  ପଚରାଉଚରା ସମୟରେ କୌଣସି ବିଦେଶୀ ବେପାରୀଙ୍କ ସହ ତାର ଲିଙ୍କ ରହିଛି କି ନାହିଁ ସେ ନେଇ ମଧ୍ୟ ଅନୁଧ୍ୟାନ କରୁଛି ଏସଟିଏଫ୍। ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗ ଓ ବିହାରକୁ ଏସଟିଏଫର ୨ଟି ଟିମ୍ ତଦନ୍ତ ପାଇଁ ଯିବ। ମାସେ ଧରି କ୍ରାଇମବ୍ରାଞ୍ଚ ଏସଟିଏଫ୍‌କୁ ଚକମା ଦେଇ ଶେଖ ବୁଲୁଥିଲା। ରାଜ୍ୟ ବାହାରକୁ ପଳାଇଥିଲା।   କିନ୍ତୁ ଗତ ୧୫ ତାରିଖରେ ଭୁବନେଶ୍ବର ପହଞ୍ଚିବା ପରେ ଏସଟିଏଫ ତାକୁ ଗିରଫ କରିଥିଲା। ତା ନିକଟରୁ ଏକ ଲୋଡେଡ୍ ପିସ୍ତଲ, ୧ ଲକ୍ଷ ଟଙ୍କା , ୬ଟି ମୋବାଇଲ ଓ କାର ଜବତ କରିଥିଲା ଏସଟିଏଫ ଟିମ।  

ଏତିକିବେଳେ  ରାଜଧାନୀରେ ଗିରଫ ହୋଇଛିମୋଷ୍ଟ ୱାଣ୍ଟେଡ୍ ହସିନା ଖାତୁନ୍। ଧଳାଜହର ବେପାର ଦୁନିଆର ଖୁବ ଖତରନାକ।  ରାଜଧାନୀର ଡ୍ରଗ୍‌ସ ହବ୍‌ ହଳଦୀପଡ଼ିଆ ବସ୍ତିରେ ରହୁଥିଲା ହସିନା । ପୂର୍ବରୁ ୨-୨ ଥର ଗିରଫ ହୋଇଥିଲେ ବି ଜାମିନରେ ଆସି ଡ୍ରଗ୍ସ ବେପାର ଚଳାଉଥିଲା ।  ଖୋର୍ଦ୍ଧାରୁ ଗିରଫ ହୋଇଥିବା ଛୋଟ ସହ ଥିଲା ହସିନାର ଲିଙ୍କ।

ପ୍ରଥମେ ଛୋଟା, ପରେ ଶେଖ୍‌ ରାଜା ଆଉ ତା ପରେ ହସିନା ଖାତୁନ୍‌ ।  ଜଣକ ପରେ ଜଣେ ନିଶା ବେପାରୀଙ୍କ ଗିରଫଦାରୀ ରାଜ୍ୟରେ ଚେର ଭଳି ମାଡ଼ି ଯାଇଥିବା ଧଳାଜହର କାରବାରର ଗୁମର ଖୋଲବାରେ ଲାଗିଛି ।…

   Related Posts