ପପୁଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ପ୍ରଯୋଜନା ସଂସ୍ଥାକୁ ନୋଟିସ କରାଯିବ: ଡିସିପି

Published By : Prameya-News7 Bureau | August 18, 2019 IST

ଭୁବନେଶ୍ବର୧୮|୮: ମିଷ୍ଟର କହ୍ନେୟା ଫିଲ୍ମର ଅରୁଚିକର ପୋଷ୍ଟରକୁ ନେଇ ଚାରିଆଡୁ ଜୋରଦାର ବିରୋଧ ପରେ ଶେଷରେ ସ୍ପଷ୍ଟୀକରଣ ରଖିଛନ୍ତି ପପୁ ପମ୍‌ପମ୍ ଓରଫ ତତ୍ତ୍ବପ୍ରକାଶ ଶତପଥୀ । ଏହି ପୋଷ୍ଟର ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ଯେଉଁମାନେ ଏହାକୁ ତିଆରି କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉ।

{"id":145832}

ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ପପୁ । ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି, ଏହି ମାମଲାରେ ପ୍ରଯୋଜକ ଏବଂ ପ୍ରଯୋଜନା ସଂସ୍ଥାକୁ ନୋଟିସ୍ କରାଯିବ । ସୋସିଆଲ ମିଡିଆରେ ଯିଏ ଏହି ପୋଷ୍ଟରକୁ ପୋଷ୍ଟ କରିଛନ୍ତି ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।…

{"id":145833}

କିଏ ତିଆରି କରିଛି ଏଇ ଅରୁଚିକର ପୋଷ୍ଟର । କିଏ ମହିଳାମାନଙ୍କୁ ନେଇ ଖେଳ ଖେଳୁଛି। ମିଷ୍ଟର କହ୍ନେୟା ଫିଲ୍ମର ଏହି ପୋଷ୍ଟର ଅସଲି ନା ନକଲି । କିଏ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତାର ତଦନ୍ତ ହେବ ।

{"id":145834}

ଫିଲ୍ମର ପ୍ରଯୋଜକ ଏବଂ ପ୍ରଯୋଜନା ସଂସ୍ଥାକୁ ନୋଟିସ୍ କରାଯିବ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ଗତକାଲି ବିବାଦୀୟ ପୋଷ୍ଟର ସମ୍ପର୍କୀତ ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ବର ମହିଳା ଥାନା ଏବଂ ମହିଳା କମିସନରେ ଅଭିଯୋଗ କରିବା ପରେ ପୋଲିସ ଆକ୍ସନ ମୋଡ୍ କୁ ଆସିଛି।…

{"id":145835}

 ସେପଟେ ଏହି ବିବାଦୀୟ ପୋଷ୍ଟର ନେଇ ଫିଲ୍ମର ପ୍ରଡକ୍ସନ ହାଉସ୍ ସିଦ୍ଧାର୍ଥ ମ୍ୟୁଜିକ ଏବଂ ନିଜେ ଅଭିନେତା ପପୁ ପମପମ ସ୍ପଷ୍ଟୀକରଣ ଦେଇଛନ୍ତି ।ନିଜ ପୁରୁଣା ଷ୍ଟାଇଲରେ ପପୁ କହିଛନ୍ତି କେଉଁମାନେ ଏହି ପୋଷ୍ଟର ତିଆରି କରିଛନ୍ତି  ସେମାନଙ୍କୁ ଚିହ୍ନଟ କରାଯାଉ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

{"id":145836}

 ତେବେ ତାଙ୍କ ପାଖକୁ ଏହି ଫଟୋ  ଆସିବା ପରେ ସେ ନିଜ ହ୍ବାଟସ ଆପ ପେଜ୍ ରେ  ଏହି ଫଟୋକୁ ସ୍ଥାନ ଦେଇଥିବା ସ୍ବୀକାର କରିଛନ୍ତି । ସେପଟେ ସିଦ୍ଧାର୍ଥ ମ୍ୟୁଜିକ କହିଛି, ଭାଇରାଲ୍ ପୋଷ୍ଟର ସହ ଫିଲ୍ମ ବିଷୟବସ୍ତୁର କୌଣସି ସଂପର୍କ ନାହିଁ ଆଉ ବେଳ ଦେଖି ଲୋକେ ଫିଲ୍ମ ଦେଖିବାକୁ ଅପିଲ କରିଛି।

{"id":145837}

ପ୍ରଶ୍ନ ଉଠୁଛି ଯଦି ପ୍ରଯୋଜନା ସଂସ୍ଥା ଏହି ପୋଷ୍ଟର ତିଆରି କରିନି, ଆଉ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ଭାଇରାଲ କରିଛି । କିଏ ଉଦ୍ଦେଶ୍ୟମୂଳକ ଭାବେ ପ୍ରଯୋଜନା ସଂସ୍ଥାକୁ ବଦନାମ କରିବା ପାଇଁ କରିଛି, ନା ଜାଣିଶୁଣି ନେଗେଟିଭ୍ କ୍ୟାମ୍ପେନିଂ ଜରିଆରେ ଫିଲ୍ମର ପ୍ରମୋସନ କରିବାକୁ ଏପରି ଉଦ୍ୟମ କରାଯାଇଛି, ଏହାର ତଦନ୍ତ ବି ହେବା ଦରକାର  ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.