ନାବାଳିକାକୁ ମାଡ ମାରିବା ଘଟଣାରେ କ୍ଷତିପୂରଣ ଦେବ ପୁଲିସ ବିଭାଗ, ପୁଲିସ୍‌ ଏଏସ୍‌ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

Published By : Prameya-News7 Bureau | October 10, 2019 IST

ଭୁବନେଶ୍ୱର - ନାବାଳିକାଙ୍କୁ ମାଡ ମାରିବା ଘଟଣାରେ କ୍ଷତି ପୂରଣ ଦେବ ପୁଲିସ ବିଭାଗ । ଏ ନେଇ ଜାତୀୟ ମାନବାଧିକାର କମିଶନ ରାୟ ପ୍ରଦାନ କରିଛନ୍ତି । ୨୦୧୭ ମସିହା ସେପ୍ଟେମ୍ବର ୨୫ ତାରିଖ ରେ ବାରିପଦାର ୧୧ ବର୍ଷୀୟ ନାବାଳିକା ତାଙ୍କ ବାପାଙ୍କ ସହିତ ମୋଟର ସାଇକେଲ ରେ ଯାଉଥିବା ବେଳେ ଜଣେ ଟ୍ରାଫିକ ପୋଲିସ ଏସ କେ ମହାକୁଡ଼ ତାଙ୍କୁ ଲାଠିରେ ମାଡ ମାରି ଆଘାତ କରିଥିଲେ | ନାବାଳିକା ଜଣକ ଆହତ ହୋଇଥିଲେ ।


ଜାତୀୟ ମାନବାଧିକାର କମିଶନ୍‌ରେ ଏ ନେଇ ଅଭିଯୋଗ ଦାୟର ହୋଇଥିଲା । ଏହି ବାବଦରେ ଜାତୀୟ ମାନବ ଅଧିକାର କମିଶନଙ୍କ ରାୟ ଆସିଛି | କମିଶନ ଙ୍କ ନିର୍ଦ୍ଦେଶ ଅନୁସାରେ ଗୃହ (ପୋଲିସ) ବିଭାଗ ସୁହାନା ଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ । ଏ ଏସ ଆଇ ମହାକୁଡ଼ ଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପୁଲିସ ବିଭାଗ କମିଶନଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.