ରାଜଧାନୀରେ ଅସୁରକ୍ଷିତ ସିନେମା ହଲ: ଯୁବତୀଙ୍କୁ ବେଲ୍ଟରେ ପିଟି ଲହୁ ଲୁହାଣ କରିଥିବା ଯୁବକ ଗିରଫ, ପୋଲିସ କହୁଛି କଡା କଡି ହେବ ସୁରକ୍ଷା

Published By : Prameya-News7 Bureau | January 29, 2019 IST

ଭୁବନେଶ୍ବର୨୯|୧: ମହାରାଜା ସିନେମା ହଲ ପରେ ଏବେ କେଶରୀ ହଲରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଅଭିଯୋଗକୁ ଭିତି କରି ଡୁମୁଡୁମା ଅଂଳର ଜଣେ ଯୁବକକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଖାରବେଳନଗର ଥାନାରେ ଅସଦାଚରଣ କରିଥିହବା ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ । ଗତ ରବିବାର  ମହାରାଜା ସିନେମା ହଲରେ ପ୍ରମୟ ସାମ୍ବାଦିକ କପିଳ ପ୍ରସାଦଙ୍କୁ  ହଲ ଭିତରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିରେ ଅପରାଧୀମାନଙ୍କୁ ଧରିବାରେ ସହିଦ ନଗର ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରି ଅଭିଯୁକ୍ତ ମାନଙ୍କୁ ଥାନାରୁ ଛାଡି ଦେଇଥିଲା ।

{"id":79586,"width":591,"height":380}

କେଶରୀ ସିନେମାହଲ ଘଟଣାରେ କିନ୍ତୁ ପୋଲିସ ଟିକେ ବି ହେଳା କରିନାହିଁ । ତୁରନ୍ତ ଘଟଣା ସ୍ଥଳରେ ପହଁଚି ଡୁମୁଡୁମାର ସୁଜନ ସାହୁକୁ ଗିରଫ କରାଯାଇଛି । ପୁର୍ବରୁ ମଧ୍ୟ ଅନେକ ସିନେମା ହଲ ଭିତରେ ଓ ବାହାରେ ଅସାମାଜିକ ଯୁବକଙ୍କ ରାଜ ଏବେବି ଚାଲିଛି । ଯାହାକୁ ରୋକ ଲଗାଇବା ପାଇଁ ଭୁବନେଶ୍ବର ଡିସିପି ରାଜଧାନୀରେ ଚାଲିଥିବା ୭ଗୋଟି ସିନେମା ହଲର ମାଲିକ ଓ ମ୍ୟାନେଜରଙ୍କୁ ଡାକି ଏକ ବୈଠକ କରିବାର ଯୋଜନା କରିଛନ୍ତି । ଯେଉଁଥିରେ ସିନେମା ହଲ ଗୁଡିକରେ ସିସିଟିଭି ଲଗାଇବା ସହିତ ଘରୋଇ ସିକ୍ୟୁରୀଟି ନିୟୋଜିତ ପାଇଁ ପରାମର୍ଶ ଦେବେ ।

{"id":79587,"width":596,"height":335}

ସିନେମା ହଲରେ ଏହିଭଳି ବାରମ୍ବାର ଅସାମାଜିକ ଯୁବକଙ୍କ ଦୌରାତ୍ନ୍ୟ ଯୋଗୁ ଭଦ୍ର ପରିବାର ଆଉ ସିନେମା ହଲକୁ ଆସିବାକୁ ପସନ୍ଦ କରୁନାହାନ୍ତି । ସେପଟେ ସିନେମା ଦେଖିବାକୁ ଆସୁଥିବା ଦର୍ଶକଙ୍କ ମତ ଅନୁଯାଇ ସିନେମା ହଲର ସୁରକ୍ଷା କଡା କଡି ହେବା ନିହାତି ଜରୁରି । ଏପରିକି ସିନେମା ସରିବା ଓ ଆରମ୍ଭ ହେବାର ୧୫ ମିନିଟ ପୁର୍ବରୁ ପିସିଆର ରହିଲେ ହଲ ଗୁଡିକରେ ଗଣ୍ଡଗୋଳ କରୁଥିବା ଲୋକଙ୍କ ମନରେ ଭୟ ଆସିବ ବୋଲି କହିଛନ୍ତି ଦର୍ଶକ --

ସେ ଯାହା ହେଉନା କହିଁକି ରାଜଧାନୀର ସିନେମା ହଲ ଗୁଡିକରେ ନିଶ୍ଚିତ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.