Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଗାଡି ଚେକିଂ ବେଳେ ପୋଲିସ କର୍ମଚାରୀଙ୍କ ଦବଙ୍ଗଗିରି ! ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାରିଲେ ଚାପୁଡା

23/01/2021 at 9:37 AM

ଖଲ୍ଲିକୋଟ ୨୩।୧: ଗାଡି ଚେକିଂ ବେଳେ ପୋଲିସ କର୍ମଚାରୀଙ୍କ ଦବଙ୍ଗଗିରି । ଫାଣ୍ଡି କନେଷ୍ଟବଳ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଚାପୁଡା ମାରିଥିବା ଦେଖିବାକୁ ମିଳିଛି । ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ତରଫରୁ ଗାଡି ଚେକିଂ ଚାଲିଛି । ସେହି ସମୟରେ ଫାଣ୍ଡି କନେଷ୍ଟବଳ ସୁଦର୍ଶନ ଜେନା ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଚାପୁଡା ପରେ ଚାପୁଡା ମାରୁଛନ୍ତି । ଫଳରେ ଯୁବକଙ୍କ ମୁହଁ ଫାଟି ରକ୍ତ ବାହାରୁଛି । ସେହି ଯୁବକଙ୍କୁ ଅଟୋରେ ବସାଇ ଥାନାକୁ ନେଇ ଯାଉଛନ୍ତି ପୋଲିସ କର୍ମଚାରୀ ।

ଦେଖନ୍ତୁ ଭାଇରାଲ୍ ଭିଡିଓ…

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ନିଜ କ୍ଷମତାର ଅପବ୍ୟବହାର କରିବା ସହ ଦବଙ୍ଗଗିରି ଦେଖାଉଛନ୍ତି କନେଷ୍ଟବଳ । ନିରୀହ ଯୁବକ ଜଣଙ୍କୁ ସଚେତନ କରିବା ପରିବର୍ତ୍ତେ ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ନିଜର ଦବଙ୍ଗଗିରି ଜାହିର କରୁଛନ୍ତି । କେବଳ ସେତିକି ନୁହେଁ କନେଷ୍ଟବଳ ଜଣଙ୍କ ମଦ ପିଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

   Related Posts