ନାଚୁଣୀ ଛକରେ ବାଇକକୁ ଧକ୍କା ଦେଲା ପୋଲିସ ଭ୍ୟାନ୍ : ବାଇକ ଆରୋହୀ ମୃତ, ୪ ଗୁରୁତର

Published By : Prameya-News7 Bureau | March 05, 2019 IST

ଖୋର୍ଦ୍ଧା ୫/୩ : ଖୋର୍ଦ୍ଧା ନାଚୁଣୀ ପୋଲିସ ଭ୍ୟାନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ପୋଲିସ ଭ୍ୟାନ୍ ପ୍ରଥମେ ଏକ ବାଇକକୁ ଧକ୍କା ଦେଇଥିଲା ଓ ପରେ ଏକ ଘରକୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହାଟ କରଡ଼ି ଗାଁର ନନ୍ଦୁ ସାହୁ। ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି।

{"id":90790}


ସୂଚନାଯୋଗ୍ୟ ଯେ, ପୋଲିସ ପାଟ୍ରୋଲିଂ ଭ୍ୟାନ ଖୋର୍ଦ୍ଧା ନାଚୁଣୀ ଛକରେ ଏକ ବାଇକକୁ ଧକ୍କା ଦେଇଥିଲା | ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି | ବାଇକରେ ଥିବା ଆଉ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି |

{"id":90791}

ଗୁରୁତରଙ୍କୁ ପ୍ରଥମେ ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାଂତର କରାଯାଇଛି | ବାଇକକୁ ଧକ୍କା ଦେବାପରେ ପୋଲିସ ଭ୍ୟାନ ଡିଭାଇଡର ଉପରକୁ ଚଢି ଯାଇଥିଲା | ଫଳରେ ବିପାରତ ଦିଗରୁ ଆସୁଥିବା ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା | ଫଳରେ କାରର ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି | କାରଟି ମଧ୍ୟ ଭାଙ୍ଗିରୁଜି ଯାଇଛି | କାରରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି |

{"id":90792}

ସମସ୍ତ ଆହତଙ୍କୁ ଟାଙ୍ଗି ମେଡିକାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି | ପୋଲିସ ବେପରୁଆ ଗାଡି ଚଳନା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ଯୋଗୁଁ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ | ଖୋର୍ଦ୍ଧା ଏସପି ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବ ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି |

{"id":90793}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.