ଚୋରକୁ ପିଛା କରିବା ବେଳେ ଓଲଟିଲା ପୋଲିସ୍‌ ଗାଡ଼ି, ଥାନା ଅଧିକାରୀ ଗୁରୁତର

Published By : Prameya-News7 Bureau | October 05, 2021 IST

ଜୟପୁର, ୦୫/୧୦: ଚୋରକୁ ପିଛା କରିବାକୁ ଯାଉଥିବା ସମୟରେ ଓଲଟିଗଲା ପୋଲିସ ଗାଡି । ଗୁରୁତର ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପୋଲିସ ଅଧିକାରୀ । ଏମିତି ଘଟଣା ଘଟିଛି କୋଟପାଡରେ। ଆହତ ପୋଲିସ ଅଧିକାରୀ ଜଣଙ୍କ ହେଲେ କୋଟପାଡ ଥାନା ଅଧିକାରୀ ଶେଷଦେବ ବେହେରା। ପ୍ରଥମେ ତାଙ୍କୁ ବୋରିଗୁମ୍ମା ଓ ପରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।

ଆଜି ଅପରାହ୍ନରେ କୋଟପାଡ ଏସବିଆଇରୁ କରଣ ସାହିର ବାସନ୍ତୀ ପ୍ରଧାନ ୫ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ଦୁର୍ବୁତ୍ତମାନେ ଏକ ବାଇକରେ ତାଙ୍କୁ ପିଛା କରି ତାଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟିନେଈଥିଲେ। ଖବର ପାଇ କୋଟପାଡ ଥାନା ଅଧିକାରୀ ନିଜ ଟିମ ସହ ସେମାନଙ୍କୁ ଜାତୀୟ ରାଜପଥ ୬୩ରେ ପାଖାପାଖି ୨୦ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲେ। କିନ୍ତୁ ବୋରିଗୁମ୍ମା ପୂର୍ବରୁ ଦୁର୍ବୁତ୍ତମାନେ ଏକ ଗଳି ରାସ୍ତାରେ ପୋଲିସକୁ ଚକମା ଦେବା ପାଇଁ ପସି ଯାଇଥିଲେ। ପୋଲିସ ସେମାନଙ୍କୁ ପିଛା କରୁଥିବା ବେଳେ ଗାଡିଟି ଓଲଟି ପଡିଥିଲା। ତେବେ ଲୁଟର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.