ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପେଟ୍ରୋଲିଂ ବେଳେ ପୁଲିସ ଗାଡି ଦୁର୍ଘଟଣାଗ୍ରସ୍ତ : ଦୁଇ ଜଣ ଆହତ

8/12/2018 at 11:01 AM

ବାଲେଶ୍ବର ୮/୧୨: ପେଟ୍ରୋଲିଂ ବେଳେ ପୁଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଆହତ ହୋଇଛନ୍ତି ଦୁଇଜଣ। ଗତକାଲି ଖଇରା ପୁଲିସ ଗାଡି ଦୁର୍ଘଟଣା ପରେ ସୋର ପୁଲିସ ଗାଡି ଦୁର୍ଘଟଣା ଘଟିଲା। ଗତ ରାତିରେ ସୋର ପୁଲିସ ପେଟ୍ରୋଲିଂ ଗାଡି ୧୬ ନଂ ଜାତୀୟ ରାଜପଥ ଦହିବରାଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ଉଦ୍ଧାର କରୁଥିବା ବେଳେ ପଛରୁ ଏକ ଟ୍ରକ ପୁଲିସ ଗାଡିକୁ ବାଡେଇଲା। ପୁଲିସ ଗାଡିରେ ଥିବା ଚାରି କର୍ମଚାରୀ ଅଳ୍ପକେ ବର୍ତ୍ତିଲେ। କାରରୁ ଦୁଇ ଜଣ ଆହତଙ୍କୁ ଉଦ୍ଧାର କରି ପୁଲିସ କଟକ ଚିକିତ୍ସା ପାଇଁ ପଠାଇଛି। ସେହିପରି ଗୁରୁବାର ରାତିରେ ଖଇରା ପୁଲିସ ଦୁର୍ଘଟଣାଗ୍ରସ୍ତ  ହେବାରୁ ଏଏସଆଇ ଓ ଡ୍ରାଇଭର ଆହତ ହୋଇଥିଲେ। ଦୁଇ ରାତିରେ ଦୁଇଟି ପୁଲିସ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି।

   Related Posts