ସଟ୍‌ଡାଉନ୍‌ ବେଳେ ପୋଲିସ ଉପରକୁ ଆକ୍ରମଣ, ଛାତ ଉପରୁ ଢେଲାମାଡ କଲେ ଦୁର୍ବୃତ୍ତ

Published By : Prameya-News7 Bureau | April 05, 2020 IST

କଟକ ୦୫।୦୪: କଟକ କେଶରପୁରରେ ପୋଲିସ ଉପରକୁ ଢେଲା ମାଡ । ପୋଲିସ ପାଟ୍ରୋଲିଂ ସମୟରେ ଛାତ ଉପରକୁ କିଛି ଦୁର୍ବୃତ୍ତ ଢେଲା ପଥର ମାଡ କରିଥିବା ସୂଚନା ମିଳିଛି । ତେବେ ଏଭଳି ପରିସ୍ଥିତିରେ ପୋଲିସ ଉପରକୁ ଢେଲା ମାଡ ଏକ ଚିନ୍ତାଜନକ ବିଷୟ । ତେବେ ଢେଲାମାଡର ଖବର ଶୁଣି ଘଟମାସ୍ଥଳରେ ବ୍ୟାପକ ପୋଲିସ  ଫୋର୍ସ ମୁତୟନ କରାଯାଇଛି । କଟକ ଡିସିପି ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ତାହାମଧ୍ୟରୁ କଟକରେ ଜଣେ ଆକ୍ରାନ୍ତ ଅଛନ୍ତି । ତେଣୁ ସେଥିପାଇଂ କଟକକୁ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଶୁକ୍ରବାର ରାତି ୮ଟାରୁ ୪୮ଘଣ୍ଟିା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଏହି ସଟ୍‌ଡାଉନ୍‌ ଘୋଷମା ଯୋଗୁଁ ପୋଲିସ ଅଧିକାରୀମାନେ ଦିନରାତି ଏକ କରି ନିଜର କର୍ତ୍ତବ୍ୟ କରୁଛନ୍ତି ।  ତେବେ ଏଭଳି ସ୍ଥିତିରେ ପୋଲିସ ଉପରକୁ ଢେଲାପଥର ମାଡ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.