କରୋନା ଆତଙ୍କ: ଦିଲ୍ଲୀ ଗୁରୁଦ୍ୱାରରେ ଫସି ରହିଥିବା ୩୦୦ ଲୋକଙ୍କୁ ସ୍ଥାନାନ୍ତର କଲା ପୋଲିସ

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧/୦୪ : ଉତ୍ତର ଦିଲ୍ଲୀର ମଜ୍ନୁ-କା-ଟିଲା ଗୁରୁଦ୍ୱାରରେ ଫସି ରହିଥିବା ପ୍ରାୟ ୩୦୦ ଲୋକଙ୍କୁ ନେହରୁ ବିହାରର ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଲକଡାଉନ ହେତୁ ଏହି ଲୋକମାନେ ମାର୍ଚ୍ଚ ୨୮ ତାରିଖରୁ ଏଠାରେ ଫସି ରହିଥିଲେ | ଏହି ଲୋକମାନେ ଗୁରୁଦ୍ୱାର ମଜନୁ-କା-ଟିଲାରେ ରହିଥିଲେ | ସମସ୍ତଙ୍କୁ ବସ ଯୋଗେ ନେହେରୁ ବିହାରର ଏକ ସ୍କୁଲକୁ ସ୍ଥାନାନ୍ତର କରାଯାଉଛି। ଏହି ବିଦ୍ୟାଳୟରେ କ୍ୱାରେଣ୍ଟାଇନ କେନ୍ଦ୍ର ନିର୍ମାଣ କରାଯାଇଛି | ସମ୍ପ୍ରତି ଏସଡିଏମ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଲକଡାଉନ ସମୟରେ ଲୋକଙ୍କ ସ୍ଥାନାନ୍ତରଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ବିଦ୍ୟାଳୟଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ପରିଣତ କରିଛନ୍ତି। ନିଜାମୁଦ୍ଦିନଙ୍କ ତବଲିଗୀ ଜମାଟରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ମାମଲା ଆହୁରି ଗମ୍ଭୀର ହଇଯାଇଛି। ତବଲିଗୀ ଜମାଟରେ ଅଂଶଗ୍ରହଣ କରିଥିବା ୨୪ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ମଙ୍ଗଳବାର ରାତିରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରି କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଆହୁରି ୨୩ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଦିଲ୍ଲୀର ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୯୭ ରୁ ୧୨୦ କୁ ବୃଦ୍ଧି ପାଇଛି। ପୂର୍ବରୁ ଦୁଇ ଦିନ ମଧ୍ୟରେ ୨୩ ଏବଂ ୨୫ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିଲେ |

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦିଲ୍ଲୀର ଚାରିଟି ସରକାରୀ ଏବଂ ଅନ୍ୟାନ୍ୟ ଘରୋଇ ଲ୍ୟାବରେ କରୋନା ଜୀବାଣୁ ଯାଞ୍ଚ ଚାଲିଛି। ଏପର୍ଯ୍ୟନ୍ତ ୨୩୧୫ ନମୁନା ଯାଞ୍ଚ ପାଇଁ ପଠାଯାଇଛି | ସେଥିରୁ ୨୦୪୯ ନମୁନାର ରିପୋର୍ଟ ଅସ୍ୱୀସାରିଛି | ଏମାନଙ୍କ ମଧ୍ୟରୁ ୧୨୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.