ସାଙ୍ଗ ଝିଅ ନେଇ ପଳାଇଲା ବୋଲି ସାଙ୍ଗକୁ ପୋଲିସର ମାଡ଼ : ଯୁବକ ଗୁରୁତର

Published By : Prameya-News7 Bureau | July 15, 2019 IST

ଭଦ୍ରକ ୧୫/୭: ସାଙ୍ଗ ଝିଅ ନେଇ ପଳାଇଲା ବୋଲି ସାଙ୍ଗକୁ ପୋଲିସର ମାଡ଼ । ତେବେ ଗୁରୁତର ଯୁବକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଅରେଇକଣା ଅଞ୍ଚଳରୁ । ସୂଚନା ଅନୁଯାଇ ଅରେଇକଣା ଗାଁର ସଞ୍ଜୟ ସାହୁ ନାମକ ଯୁବକଙ୍କ ସାଙ୍ଗ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ଥାନା ଅଞ୍ଚଳର ଜନୈକ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ବିଂଝାରପୁର ପୋଲିସ ଫୋନ ଟ୍ରାକିଂ କରି ସମ୍ପୃକ୍ତ ନାବାଳିକା ଓ ଯୁବଙ୍କ ସହ ଫୋନ ଯୋଗେ ସଞ୍ଜୟ କଥା ବାର୍ତ୍ତା ହେବାର ସୂଚନା ମିଳିଥିଲା ।

ଏହି ସୂଚନାକୁ ଆଧାର କରି ଭଣ୍ଡାରିପୋଖରୀ ପୋଲିସ ସହାୟତାରେ ସଞ୍ଜୟଙ୍କୁ ବିଂଝାରପୁର ପୋଲିସ ଉଠାଇ ନେଇଥିଲା । ତେବେ ସେଠାରେ ତାଙ୍କୁ ଦୁଇଦିନ ଧରି ଲୁହା ପାଇପରେ ମାଡ଼ ମାରିବା ସହ ଶାରୀରିକ ନିର୍ଯ୍ୟାତନା ଦେଇଥିବା ସଞ୍ଜୟ ଅଭିଯୋଗ କରିଛନ୍ତି । ସଞ୍ଜୟ ଏବେ ଗୁରୁତର ଭାବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ସଞ୍ଜୟ ପୋଲିସର ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଏ ନେଇ ବିଞ୍ଝାରପୁରପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.