ପଟ୍ଟନାୟକିଆ ଟ୍ରିପଲ୍ ମର୍ଡର ଘଟଣା : ଆଜି ଗିରଫ ୬ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲଣ

Published By : Prameya-News7 Bureau | July 17, 2019 IST

ଡେଲାଙ୍ଗ ୧୭|୭: ପଟ୍ଟନାୟକିଆ ଟ୍ରିପଲ୍ ମର୍ଡର ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯିବ । ଈଶ୍ବର ବେହେରାଙ୍କ ପରିବାର ପକ୍ଷରୁ ମାଷ୍ଟର ମାଇଣ୍ଡ ଡୁଙ୍ଗ ବେହେରା ଓ ସୁବଳ ବେହେରାଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା ।

ଅଭିଯୁକ୍ତଙ୍କୁ ଗିରଫ ପାଇଁ ସତ୍ୟବାଦୀ, ଗୋପ ଓ ପୁରୀ ପୋଲିସକୁ ନେଇ ତିନିଟି ଟିମ୍  ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଭିକାରୀ ବେହେରା, ହରିହର ବେହେରା, ମନୁଆ ବେହେରା, ସହଦେବ ବେହେରା, ସୁବଳ ବେହେରା ଓ ଶଙ୍କର ବେହେରା । ତେବେ ମୁଖ୍ୟ ଅଭିଯୁକ୍ତ ଡୁଙ୍ଗ ବେହେରା ଏବେବି ଫେରାର ଅଛି। ଏପରିକି ଅଭିଯୁକ୍ତମାନେ ଘରେ ତାଲା ପକାଇ ପିଲା ଛୁଆଙ୍କ ସହ ଏବେ ଫେରାର  ହୋଇଯାଇଛନ୍ତି ।

ପୂର୍ବରୁ ମଧ୍ୟ ଏହି ପରିବାରର ଜଣଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ବି ପୂର୍ବରୁ ଏମାନଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ୩୦ ବର୍ଷ ତଳର ପାରିବାରିକ ବିବାଦ ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.