ଡ୍ରଗ୍ସ ମାଫିଆଙ୍କୁ ଧରିବାକୁ ଯାଇଥିବା ଟିମ୍ ଉପରକୁ ଆକ୍ରମଣ : ଲୋକଙ୍କ ଆକ୍ରମଣରେ ପୋଲିସ ଆହତ, ଭିଡ଼ିଓ ଭାଇରାଲ

Published By : Prameya-News7 Bureau | July 10, 2021 IST

ହରିୟାଣା୧୦/୦୭: ଏଠାରେ ଥିବା ଫତେହାବାଦରେ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇଥିଲା ପୋଲିସ । ହେଲେ ପୋଲିସ ମାଫିଆଙ୍କୁ ଧରିବ କଣ ନିଜେ ଆକ୍ରମଣର ହୋଇଥିଲା ଶିକାର । ଘଟଣାରେ ପୋଲିସ କର୍ମୀ ଗୁରୁତର ବି ହୋଇଛନ୍ତି । ଏ ବାବଦରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସୂଚନାନୁସାରେ, ଶୁକ୍ରବାର ଦିନ ଫତେହାବାଦର ବାଜିଗର ବସ୍ତିରେ ପୋଲିସ ଟିମ୍ କିଛି ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ଘରେ ଚଢାଉ କରିଥିଲା ।

ତେବେ ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଷ୍ଟେସନକୁ ନେଇ ଯାଉଥିଲା । ହେଲେ ଏହି ସମୟରେ ତାଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ହଠାତ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଦଳ ଉପରେ ଏମିତି ଆକ୍ରମଣ କରିଥିଲେ ଯେ, ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ । ଜାଖାଲ ପୋଲିସ ଷ୍ଟେସନ SHO ବିଜୟନ୍ଦର ସିଂ କହିଛନ୍ତି ଯେ ଡ୍ରଗ୍ସ ଚୋରା ଚାଲାଣ ସମ୍ପର୍କରେ ପୋଲିସ ଟିମ୍ ବାଜିଗର ବସ୍ତି ଉପରେ ରେଡ୍ କରଥିବାବେଳେ ବାସିନ୍ଦା ମାନେ ଆକ୍ରମଣ କରିଛନ୍ତି ।

wp:html /wp:html

ଆକ୍ରମଣକାରୀଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ସାମିଲ ଥିଲେ । SHO କହିଛନ୍ତି ଯେ ପରିବାର ସଦସ୍ୟ ଅଭିଯୁକ୍ତଙ୍କୁ ସେଠାରୁ ଖସିଯିବାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ଏଥିରୁ ଜଣେ ଖସିଯିବାରେ ସଫଳ ହୋଇଛନ୍ତି । ଏହି ଘଟଣାରେ କେତେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାଯାଇଛି, ସେମାନଙ୍କର ଡାକ୍ତରୀ ପରୀକ୍ଷା ପରେ ଏଥିରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ପରେ ଟାଉନସିପରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.