Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ରାଜସ୍ଥାନରେ ପୋଲିସ ଟିମ୍ ଉପରେ ଆକ୍ରମଣ, ୩ କନଷ୍ଟେବଳ ଗୁରୁତର

17/04/2020 at 6:19 PM

ଜୟପୁର, ୧୭|୦୪:  ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପେଟ୍ରୋଲିଂ କରୁଥିବା ପୋଲିସ ବାହିନୀ ଉପରେ ଆକ୍ରମଣ କରାଯାଇଛି । ଫଳରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଚି ।

ସୂଚନାନୁସାରେ, ଶୁକ୍ରବାର ସକାଳେ ଟୋଙ୍କ ଜିଲ୍ଲାର ପଞ୍ଚବଟ୍ଟି କସାଇ ମୋହଲ୍ଲାରେ କିଛି ପୋଲିସ କର୍ମୀ ପେଟ୍ରୋଲିଂ କରୁଥିଲେ । ସେମାନେ କିଛି ଲୋକଙ୍କୁ ବାହାରେ ବୁଲୁଥିବା ଦେଖିବାକୁ ପାଇଥିଲେ ।ସେମାନେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ପ୍ରାୟ ୧୫ରୁ ୨୦ ବ୍ୟକ୍ତି ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ସୂଚନା ପାଇବା ପରେ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଥିଲା ।

ଆହତ ହୋଇଥିବା ପୋଲିସ କନଷ୍ଟେବଳ ହେଲେ ରାଜେନ୍ଦ୍ର, ରାଜାରାମ, ରମେଶ, ବାଗଚାନ୍ଦ ଓ ଆଶ୍ରମ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଚିକିତ୍ସା ଜାରି ରହିଛି । ୨ଜଣଙ୍କୁ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଛି  ।ଏନେଇ ଜିଲ୍ଲାର ପୋଲିସ ଅଧିକ୍ଷକ ବିପିନ ଶର୍ମା କହିଛନ୍ତି । ଏହାସହ ଏବେସୁଦ୍ଧା ଏହି ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ବିରୋଧରେ ଆଇପିସି ୩୦୭, ୩୩୨, ୩୫୩,୧୮୮ ଧାରା ଅନୁଯାୟୀ ଏଫଆଇଆର ରୁଜୁୁ ହୋଇଥିବା ସୂଚନା ମିଳିଛି । ଏବେ ସେଠାରେ ପରିସ୍ଥିତି ସ୍ୱାଭାବିକ ରହିଛି ।

   Related Posts