Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସାରୁଅ କେଳେଙ୍କାରୀରେ ପୋଲିସର ଆକ୍ସନ, ଜଗି ପଣ୍ଡାଙ୍କ ବାପା ଓ ଭାଇଙ୍କୁ ଜେରା

15/10/2020 at 12:19 PM

ଖୋର୍ଦ୍ଧା ୧୫।୧୦: ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ସାରୁଅ ସ୍ଥିତ ଷ୍ଟୁଡିଓରେ ଖୋର୍ଦ୍ଧା ଏସଡିପିଓ । ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇଙ୍କୁ ଜେରା ଚାଲିଛି  । ତରଙ୍ଗ ଷ୍ଟୁଡିଓ ଭିତରେ ଥିବା ତାଙ୍କ ବାସଭବନରେ ପଚରାଉଚୁରା ଜାରି ରହିଛି । ଜଗି ମଙ୍ଗ ପଣ୍ଡାଙ୍କ ବାପା ରଣଧିର ସିଂ ଓ ଭାଇ ଦଲିତ ସିଂଙ୍କ ହେବ ଜେରା ଚାଲିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ସାରୁଅରେ ଓଟିଭି କର୍ତ୍ତୃପକ୍ଷଙ୍କ ଜବରଦଖଲ ଜମିରେ ପ୍ରଶାସନ ପକ୍ଷରୁ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସାରୁଅରେ ପାଚେରୀ ଭଙ୍ଗା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତ ରହିଛନ୍ତି । ଜେସିବି ମାଧ୍ୟମରେ ଜବରଦଖଲ ଉଚ୍ଛେଦ ଜାରି ରହିଛି । ଅନ୍ୟପଟେ ସାରୁଅରେ ଓଟିଭି କର୍ତ୍ତୃପକ୍ଷଙ୍କ ଜମି କେଳେଙ୍କାରୀ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଦିଆଯାଇଛି । ଘଟଣାରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଓଡ଼ିଶା ଭୂସତ୍ବ ଅଧିକାର ଆଇନର ଖୋଲା ଉଲଂଘନ କରାଯାଇଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛି ରାଜସ୍ବ ବିଭାଗ ।

ଯେହେତୁ ଜମି ବିକିଥିବା ହାଲୁରୀ ପାହାଡ଼ ସିଂ ଜଣେ ଅନୁସୂଚିତ ଜାତିର ଚାଷୀ, ତେଣୁ ତାଙ୍କଠାରୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ ସିଧାସଳଖ ଜମି ନକିଣି ରବୀନ୍ଦ୍ର ସେଠୀଙ୍କ ମାଧ୍ୟମରେ କିଣିଥିଲା । ଆଉ ତାଙ୍କ ନାଁରେ କିଣାଯାଇଥିଲା ଏକର ଏକର ଚାଷ ଜମି । ସେହିଭଳି ଜମି କିଣିବାକୁ ବେନାମୀ କାରବାର ମଧ୍ୟ ହୋଇଥିବା ଜଣାପଡ଼ିଛି ।

   Related Posts