Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ରାଜଧାନୀ ପାଲଟିଲା ରଣକ୍ଷେତ୍ର: ବିଜେପି ଯୁବମୋର୍ଚ୍ଚା-ପୋଲିସ ମୁହାଁମୁହିଁ, ଧସ୍ତାଧସ୍ତି

7/02/2019 at 6:01 PM

ଭୁବନେଶ୍ବର ୭|୨: ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ । ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ଆଜି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ ଉଦ୍ୟମ କରିଥିବା ବେଳେ ଆରବିଆଇ ଅଫିସ ସାମ୍ନାରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ତେବେ ରାଜ୍ୟ ସରକାରଙ୍କ ବିରୋଧରେ  ବିଜେପି ଯୁବମୋର୍ଚ୍ଚାର  ଏଭଳି ରଣହୁଙ୍କାର ପ୍ରସଙ୍ଗରେ ଜବାବ୍‌ ରଖିଛି ବିଜେଡି ।

ରାଜଧାନୀ ପାଲଟିଲା ରଣକ୍ଷେତ୍ର । ବିଜେପି ଯୁବମୋର୍ଚ୍ଚା-ପୋଲିସ ମୁହାଁମୁହିଁ, ଧସ୍ତାଧସ୍ତି ।ଶତାଧିକ ବିଜେପି କର୍ମୀଙ୍କୁ ରାସ୍ତାରୁ ଉଠାଇନେଲା ପୋଲିସ ।ରାଜ୍ୟ ସରକାରଙ୍କ ଯୁବମାରଣ ନୀତିକୁ ବିରୋଧ କରି ଆଜି ରାସ୍ତାରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି ଯୁବମୋର୍ଚ୍ଚା ।  ବେକାରୀଙ୍କୁ ରୋଜଗାର ଦେବାରେ ବିଫଳ ଏବଂ ଓଡ଼ିଆ ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବାରେ ରାଜ୍ୟ ସରକାର ବାଧକ ସାଜିଥିବା ଅଭିଯୋଗ କରି ବିକ୍ଷୋଭକୁ ଓହ୍ଲାଇଥିଲା ବିଜେପି ଯୁବମୋର୍ଚ୍ଚା ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ବିଜେପି କର୍ମୀ ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇ ବିଧାନସଭା ଅଭିମୁଖେ ବାହାରିଥିଲେ । ତେବେ ବିଧାନସଭା ଘେରିବା ପୂର୍ବରୁ ବାଟରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଦୀର୍ଘ ସମୟ ଧରି ଧସ୍ତାଧସ୍ତି, ଠେଲାପେଲା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ଖୁବ୍‌ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ରାସ୍ତାରୁ ଉଠାଇ ନେବାକୁ ବାଧ୍ୟ ହୋଇଥିଲା ପୋଲିସ ।

ସେପଟେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚାର ଏଭଳି ରଣହୁଙ୍କାର ଦେଖି ସାମ୍ନାକୁ ଆସିଥିଲେ ବିଜେଡି ନେତା । ଆଉ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିକୁ ମନେ ପକାଇ ବିଜେପି ଉପରେ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

ନିର୍ବାଚନକୁ ନଜରରେ ରଖି ଏବେ ପରସ୍ପରକୁ ଟାର୍ଗେଟ୍‌ କରିବାରେ ମାତିଛନ୍ତି ପ୍ରମୁଖ ରାଜନୈତିକ ଦଳ । ତାରି ଭିତରେ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି ବିଧାୟକମାନେ ହୋ-ହଲ୍ଲା କରୁଥିବା ବେଳେ ଏପଟେ ଶକ୍ତି ପ୍ରଦର୍ଶନ ଷ୍ଟ୍ରାଟେଜିରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି ଯୁବ ମୋର୍ଚ୍ଚା ।

   Related Posts