ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 11, 2021 IST

ଭଦ୍ରକ, ୧୧/୦୪: ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । ଏହି ଘଟଣା ଶନିବାର ଦିନ ଘଟିଥିବା ଜଣାପଡ଼ିଛି ।

ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ  ପିନ୍ଧି ନଥିବା ଅଭିଯୋଗରେ ପୋଲିସ ତାଙ୍କୁ ମାଡ ମାରି ଫାଣ୍ଡିରେ ଅଟକ ରଖିଥିଲେ । ଫାଣ୍ଡି ମଧ୍ୟରେ ଯୁକ୍ତି ତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍  ୫ ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡାଇବା ସହ ତଳେ ପକାଇ ମାଡ ମାରିଥିଲେ।

ଖାଲି ଏତିକି ନୁହେଁ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ । ତେବେ ବଡ କଥା ହେଲା ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିବା ଏବଂ ଜଣେ ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.