ସ୍କାଏ କିଙ୍ଗ୍ ଠକେଇ ମାମଲା : ୪ ଦିନିଆ ରିମାଣ୍ଡରେ ଆକାଶ ପାଠକ

Published By : Prameya-News7 Bureau | December 17, 2020 IST

ଭୁବନେଶ୍ବର ୧୭।୧୨: ଆକାଶ ପାଠକକୁ ୪ ଦିନ ରିମାଣ୍ଡରେ ନେଲା ଖାରବେଳନଗର ଥାନା ପୋଲିସ । ସ୍କାଏ କିଙ୍ଗ୍ ରେ ୬୫ଲକ୍ଷ ଠକେଇ ମାମଲାରେ ଆକାଶ ପାଠକକୁ ରିମାଣ୍ଡରେ ନେଇଛି ପୋଲିସ । ଝାରପଡା ଜେଲରୁ ନେଇ ଅଜ୍ଞାତ ସ୍ଥାନରେ ପୋଲିସ ପଚରାଉଚରା କରୁଛି । ଆକାଶକୁ ପଚରାଉଚରା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିଙ୍କୁ ଗଠନ ହୋଇଛି ଟିମ୍ । କେମିତି କରିଥିଲେ ଠକେଇ ସେ ନେଇ ପଚରାଉଚରା ହେଉଥିବା ଜଣାପଡିଛି ।

ବୁଧବାର ଦିନ ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌କୁ ଫେରିଥିଲେ ଆକାଶ ପାଠକ । ୫ଦିନ ଧରି ଆକାଶଙ୍କୁ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ । କେବଳ ଆକାଶ ପାଠକ ନୁହନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଆକାଶଙ୍କ ସହ ସାମ୍ନାସାମ୍ନି ଜେରା କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଆକାଶଙ୍କ ପର୍ସନାଲ ସେକ୍ରେଟାରୀ ଡେଭିଡ୍‌ ପିଟରଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଆକାଶ ଓ ପ୍ରଦୀପଙ୍କୁ ମୁହାଁମୁହିଁ ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିବ ବୋଲି ଆଶା ରଖିଥିଲା କ୍ରାଇମବ୍ରାଞ୍ଚ । ହେଲେ ଉଭୟଙ୍କ ଅସହଯୋଗ ଯୋଗୁଁ ଆଶାନୁରୂପ ତଥ୍ୟ ମିଳିନଥିବା ସୂଚନା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.