Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସକୁ ଠେଲାପେଲା, ଭିଡିଓ ଭାଇରାଲ୍‌ ପରେ ପୋଲିସ୍‌ର ଆକ୍ସନ

3/05/2021 at 8:26 PM

ନୀଳଗିରି, ୩/୫: ଏବେ କରୋନା ସଂକ୍ରମଣ ପାଇଁ ପୋଲିସ ଚାରିଆଡ଼େ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଉଛି । ହେଲେ ଆଜି ନୀଳଗିରିରେ ସନ୍ଧ୍ୟାରେ ମାସ୍କ ଚେକିଂ ବେଳେ ପୋଲିସକୁ ଠେଲାପେଲା କରିବା ଘଟଣା ନଜରକୁ ଆସିଛି । ଫଳରେ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ବଜାରରେ ବାଲେଶ୍ଵର ଅଂଚଳର କିଛି ଯୁବକ ଏକ ଟ୍ରାଭେରା ଗାଡ଼ିରେ ଭିତରେ ବସିଥିଲେ । ନୀଳଗିରି ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ଓ କିଛି କର୍ମଚାରୀ ସେମାନଙ୍କୁ ଅଟକାଇ ମାସ୍କ ନଲଗାଇବା ଦର୍ଶାଇ ଫାଇନ ଆଦାୟ କରୁଥିଲେ । ହେଲେ ବାଇକରେ ପୋଲିସ ବିନା ହେଲମେଟରେ କିପରି ବୁଲୁଛି ଯୁକ୍ତି କରିବା ସହ ଏଭଳି ଫାଇନ ଆଦାୟକୁ ବିରୋଧ କରି ଫାଇନ ଦେବେ ନାହିଁ ବୋଲି କହିଥିଲେ ।

ଏହାପରେ ଯୁକ୍ତିତର୍କ ଲାଗିବା ଓ ଜଣେ ପୋଲିସ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିବା ଓ ଠେଲାପେଲା କରିବା ଦେଖାଯାଇଛି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପରେ ପୋଲିସ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନନେଇ ଛାଡି ଦେଇଥିବା ବେଳେ ପରେ ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ପରେ କୌଣସି ଅଘଟଣ ଘଟିବ ଆଶଙ୍କା କରି ଜଣକ ପରେ ଜଣେ ଯୁବକଙ୍କୁ ଧରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

   Related Posts