Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ତଳ ଅଫିସରଙ୍କ ମୃତ୍ୟୁ, ଉପର ଅଫିସରଙ୍କ ନାଁରେ ହତ୍ୟା ମାମଲା : ଅଭିଯୋଗ ଭିତ୍ତିରେ ପୋଲିସ ଆକ୍ସନ

25/11/2020 at 5:13 PM

ଝାରସୁଗୁଡା ୨୫।୧୧: ଉପରିସ୍ଥ ଅଧିକାରୀଙ୍କ ଚାପ ସହି ନପାରି ତଳିଆ ଅଧିକାରୀଙ୍କ ଜୀବନ ଗଲା । ଶେଷରେ ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ଡିଭିଜନାଲ ମ୍ୟାନେଜରଙ୍କ ନାଁରେ ରୁଜୁ ହେଲା ହତ୍ୟା ମାମଲା । ୨୪ ଘଣ୍ଟା ପରେ ମୃତ ବାସୁଦେବ ପାଲଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ରାଜି ହେଲେ ପରିବାର ଲୋକେ । ମଙ୍ଗଳବାର ବନ ଉନ୍ନୟନ ନିଗମର ଡିଭିଜନାଲ ମ୍ୟାନେଜରଙ୍କ ବାସଭବନରେ ଅଚେତ ହୋଇ ପଡିଥିବା ତାଙ୍କ ଅଧିନସ୍ତ ଅଧିକାରୀ ବାସୁଦେବ ପାଲଙ୍କ ମୃତ୍ୟୁ ପରେ ଡିଭିଜନାଲ ମ୍ୟାନେଜର ମାନସିକ ଚାପ ଦେଉଥିବା ପରିବାରଲୋକ ଅଭିଯୋଗ ଆଣିଥିଲେ ।

ସୂଚନା ଅନୁସାରେ ମଙ୍ଗଳବାର ଦିନ ଘରୁ ଖାଇ ପିଇ ଅଫିସକୁ ଯାଇଥିଲେ ଝାରସୁଗୁଡା ବନ ଉନ୍ନୟନ ନିଗମର ସବ୍ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲ । ଅଫିସରୁ ଡିଭିଜନାଲ ମ୍ୟାନେଜର ତାଙ୍କୁ ନିଜ ଘରକୁ ଡକାଇଥିଲେ । ସେଠାରେ ସେ ତଳେ ପଡିଯିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଉପରିସ୍ଥ ଅଧିକାରୀଙ୍କ ଚାପ ସହି ନପାରି ତାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ ଆଣିଥିଲେ । ମୃତଦେହ ନିକଟରେ ଜଗି ରହିଥିଲେ ଦୁଇ ଝିଅ । । ସେମାନଙ୍କ ମଧ୍ୟରୁ ଜଣେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଚିକିତ୍ସାଧିନ ଅଛନ୍ତି । ବିଳମ୍ବିତ ରାତିରେ ମୃତ ବାସୁଦେବଙ୍କ ସଂପର୍କୀୟମାନେ ହସ୍ପିଟାଲରେ ଆସି ପହଞ୍ଚିଥିଲେ ।

ଡିଭିଜନାଲ ମ୍ୟାନେଜର ଅମୀୟ କୁମାର ପଟ୍ଟନାୟକ ନିଜ ବାସଭବନକୁ ଡକାଇ ତାଙ୍କୁ କାମର ଚାପ ସହ ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ । ବର୍ଷେ ହେଲାଣି ତାଙ୍କ ବାପା ମାନସିକ ଯନ୍ତ୍ରଣା ପାଉଥିବା ଘରେ କହିଥିଲେ । ଡିଭିଜନାଲ ମ୍ୟାନେଜର ତାଙ୍କୁ ବଦଳି କରାଇବା ଧମକ ମଧ୍ୟ ଦେଇଥିଲେ । ସୋମବାର ରାତି ୧୨ଟା ପର୍ଯ୍ୟନ୍ତ କାମ କରାଇବା ପରେ ମଙ୍ଗଳବାର ପୁଣି ଭୋର ୪ଟାରୁ କାମ କରାଇଥିଲେ । ପରେ ଘରକୁ ଡାକି ନିର୍ଯାତନା ଦେଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡା ଥାନାରେ ଏଭଳି ଅଭିଯୋଗ କରିଛନ୍ତି ମୃତ ବାସୁଦେବଙ୍କ ପରିବାର ଲୋକେ । ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts