ଫେସବୁକରୁ ଯୁବତୀଙ୍କୁ ପ୍ରେମକରିଥିଲେ ସବଇନିସପେକ୍ଟର, ବିବାହ କରିବାକୁ ପ୍ରତିଶୃତିଦେଇ କଲେ ଯୌନଶୋଷଣ

Published By : Prameya-News7 Bureau | January 24, 2019 IST

ପରତାପୁର ୨୪/୧- ଫେସବୁକରେ ହେଲା ପ୍ରେମ । ତାପରେ ବିବାହ କରିବାକୁ ପ୍ରତିଶୃତି । ବିବାହ ନକରି  ପ୍ରେମର ବାହାନାରେ ଯୌନଶୋଷଣ କରିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ, ତାହାପୁଣି ଜଣେ ସବଇନସପେକ୍ଟରଙ୍କ ବିରୋଧରେ ।

ଏହି ଘଟଣା ଘଟିଛି ମେରଠ ପରତାପୁର ଅଂଚଳରେ । ମେରଠର ଜଣେ ଯୁବତୀଙ୍କୁ ସବଇନସପେକ୍ଟର ଫେସବୁକରେ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣକ ସବଇନିସପେକ୍ଟରଙ୍କୁ ପ୍ରେମ କରିବା ପରେ ବିବାହ କରିବାକୁ ପ୍ରତିଶୃତି ବି ଦେଇଥିଲେ । ବିବାହର କଥା କହି ତାଙ୍କୁ ବିଭିନ୍ନ ସମୟରେ ଯୌନଶୋଷଣ କରୁଥିବା କଥା ଯୁବତୀ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ।

ଆଲିଗଡ଼ ଜମ୍ବାଥାନାର ଜଣେ ପୋଲିସ ଏହି ଘଟଣାରେ ଛନ୍ଦି ହୋଇପଡ଼ିଛନ୍ତି । ସେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇବାପରେ ବିବାହ କରିବାକୁ କହିଥିଲେ । ଯୁବତୀଙ୍କୁ ବ୍ରହ୍ମପୁରା ଅଂଚଳକୁ ନେଇ ବୁଲିବାକୁ ଯାଇଥିଲେ । ସେଠାରେ ମଧ୍ୟ ରାତ୍ରୀଯାପନ କରିଥିଲେ । ହୋଟେଲରେ ରହିବାବେଳେ ଯୁବତୀଙ୍କୁ ସ୍ତ୍ରୀର ପରିଚୟ ଦେଇ ରହିଥିଲେ । କିନ୍ତୁ ଯୁବତୀଙ୍କୁ ବିବାହ ନ କଲେ ଶାରୀରିକ ସଂପର୍କ ରଖିବେନି ବୋଲି ମନା କରିଥିଲେ ।

ତା ପରେ ବିଭିନ୍ନ ସମୟରେ ଯୁବତୀଙ୍କ ସହ ବିଭିନ୍ନ ସମୟରେ ଯୌନଶୋଷଣ କରୁଥିବା କଥା କହିଛନ୍ତି ଯୁବତୀ । ଯୁବତୀ ବିବାହ କରିବାକୁ କହିଲାବେଳେ ପୋଲିସ ଅଧିକାରୀ ବାହାନା ଦେଖାଇ ଖସିଯାଉଥିଲେ । ଏମିତିକି ପୋଲିସ ନାଁରେ ଧମକ ମଧ୍ୟ ଦେଉଥିଲେ । ଅନ୍ୟଆଡ଼େ ବିବାହ କରିବାକୁ ମଧ୍ୟ ମନ ବଳାଉଥିଲେ ବୋଲି ଅଭିଯୋଗରେ କହିଛନ୍ତି ଯୁବତୀ । ସେ ତାଙ୍କୁ ବିବାହ ନ କରି ମାସକୁ ୩୦ ହଜାର ଟଂକା ଦେବାକୁ କହିଛନ୍ତି ପୀଡ଼ିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.