Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସବ୍ ଇନ୍ସପେକ୍ଟରଙ୍କୁ ଧରିଲା ସିସିଟିଭି, କାର୍‌ରେ ପିଛା କରି ଯୁବତୀଙ୍କୁ ଦୁର୍ବ୍ୟବହାର ସହ କରୁଥିଲେ ଅଶ୍ଳୀଳ ଇଙ୍ଗିତ

26/10/2020 at 4:02 PM

ନୂଆଦିଲ୍ଲୀ ୨୬।୧୦: ଗୋଟିଏ ଦିନରେ ଦ୍ବାରକାରେ ଦୁର୍ବ୍ୟବହାର, କାରରେ ଯୁବତୀଙ୍କୁ ପିଛା କରିବା ଏବଂ ଅଶ୍ଳୀଳ ଇଙ୍ଗିତ କରିବାକୁ ନେଇ ୪ଟି ଏଫଆଇଆର ରୁଜୁ ହୋଇଛି । ସବ୍ ଇନ୍ସପେକ୍ଟରଙ୍କ ଏଭଳି କାରନାମା ଯୋଗୁଁ କିଛି ଯୁବତୀ ଡରିଯାଇ ଲୋକ ଗହଳି ସ୍ଥାନକୁ ଦୌଡି ଆସିଥିଲେ । ସବ୍ ଇନ୍ସପେକ୍ଟର ଜଣଙ୍କ ମଧ୍ୟ ଅନ୍ୟ କିଛି ଯୁବତୀ ଏବଂ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ମାତ୍ର ଭୟରେ ଏଫଆଇଆର ରୁଜୁ କରିନାହାନ୍ତି ।

ନମ୍ବର ବିହୀନ ଗ୍ରେ ରଙ୍ଗର ଏକ କାର ରେ ୟୁନିଫର୍ମରେ ନଥିବା ସବ୍ ଇନ୍ସପେକ୍ଟର ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି । ସକାଳ ୮ଟାରୁ ୯ଟା ମଧ୍ୟରେ ଦ୍ବାରକା ଅଞ୍ଚଳରେ ସବ୍ ଇନ୍ସପେକ୍ଟର ଜଣଙ୍କ ଅନେକ କାଣ୍ଡ ଘଟାଇଛନ୍ତି । ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୋଲିସ ୨୦୦ ସିସିଟିଭି କ୍ୟାମେରା ଛାନଭିନ କରିଥିଲା ।

ଦିଲ୍ଲୀ ପୋଲିସର ପ୍ରାୟ ୨୦୦ ପୋଲିସ କର୍ମଚାରୀ ଏହି ତଦନ୍ତକାରୀ ଟିମ୍ ରେ ସାମିଲ ହୋଇଥିଲେ । ଶେଷରେ ପୋଲିସ ଅଭିଯୁକ୍ତକୁ ଖୋଜି ବାହାର କରିଥିଲା । ତେବେ ଅଭିଯୁକ୍ତ ଜଣଙ୍କ ଜଣେ ପୋଲିସ ସବ୍ ଇନ୍ସ ପେକ୍ଟର ବୋଲି ଜଣାପଡିଥିଲା । ସୂତ୍ର ଅନୁସାରେ ଆହୁରି ମଧ୍ୟ ଅନେକ ମାମଲା ସଂପୃକ୍ତ ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ଦାୟର ହୋଇପାରେ । ଯାହାର ଖୋଳତାଡ କରୁଛି ପୋଲିସ ।

   Related Posts