ବର୍ଦ୍ଦିରେ ଲାଗିଲା ଦାଗ : ମହିଳାଙ୍କୁ ସବ୍ ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ, ୪ବର୍ଷ ପରେ ୪ଜଣଙ୍କ ନାଁରେ ଏତଲା

Published By : Prameya-News7 Bureau | February 06, 2020 IST

ବାରଣାସୀ ୬।୨: ରକ୍ଷକ ସାଜିଲା ଭକ୍ଷକ । ଜଣେ ସବ୍ ଇନ୍ସପେକ୍ଟର ଏବଂ ତାଙ୍କର ଅନ୍ୟ ତିନି ଜଣ ସହଯୋଗୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ଘଟଣାର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିବାର ଧମକ ମଧ୍ୟ ପୀଡିତାଙ୍କୁ ଦେଇଥିଲେ । ଏଭଳି ଅଭାବନୀୟ ଘଟଣା ବାରାଣାସୀରେ ଘଟିଛି । ୪ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଘଟଣା ପରେ ଅଭିଯୁକ୍ତ ସବ୍ ଇନ୍ସପେକ୍ଟରଙ୍କୁ ସସପେଣ୍ଡ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାରଣାସୀ ଭେଲୁପୁର ଥାନା ଅଞ୍ଚଳର ବଜପଡିହା ଅଞ୍ଚଳରେ ରହୁଥିବା ୪ ଛୁଆର ମାଙ୍କ ସହ ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ୨୦୧୬ ମସିହାର ବଜରଡିହା ଥାନାର ସବ୍ ଇନ୍ସପେକ୍ଟର ଓମରାଓ ଖାନ୍ ଏବଂ ତାଙ୍କ ଅନ୍ୟ ତିନି ଜଣ ସାଥୀ ମୈନୁଦ୍ଦୀନ, ଶାହିଦ ଏବଂ ଇବ୍ରାହିମ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ଲୋକଲଜ୍ଜା ଭୟରେ ମହିଳା ଜଣଙ୍କ ସେହି ସମୟରେ ପାଟି ଖେଲିନଥିଲେ ।  ମାତ୍ର କିଛି ଦିନ ତଳେ ମହିଳା ଜଣଙ୍କୁ ତାଙ୍କ ଭାଇରାଲ୍ ଭିଡିଓ ଦେଖାଇ ବ୍ଲାକ୍ ମେଲ୍ କରାଯାଇଥିଲା । ପୁଣି ଥରେ ସବ୍ ଇନ୍ସପେକ୍ଟର ଏବଂ ତାଙ୍କ ୩ ସହଯୋଗୀ ତାଙ୍କ ସହ ଶାରିରୀକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଫଳରେ ପୀଡିତା ମହିଳା ଭେଲୁପୁର ଥାନାରେ ଯାଇ ସବ୍ ଇନ୍ସପେକ୍ଟର ଏବଂ ତାଙ୍କ ତିନି ସହଯୋଗୀଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ସବ୍ ଇନ୍ସପେକ୍ଟରଙ୍କୁ ସସପେଣ୍ଡ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.