Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରଥୀଙ୍କ ଭକ୍ତ କରୁଥିବା ସତ୍‌ସଙ୍ଗକୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଅଟକାଇଲା ପୁଲିସ୍‌

ଭଦ୍ରକ – ଏବେ ବି ଲୋକଙ୍କ ମନ ରୁ ଲିଭିନି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ ଙ୍କ ପ୍ରତି ଭକ୍ତିଭାବ l ଭଣ୍ଡ ସାରଥୀ ଜେଲ ରୁ ମୁକୁଳିବା ପରେ ଏବେ ମଧ୍ୟ କେତେକ ସ୍ଥାନ ରେ ସତସଙ୍ଗ କାର୍ଯ୍ୟକ୍ରମ ଚାଲିଛି l ଏମିତି ଏକ ସତସଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗ୍ରାମବାସୀ ଙ୍କ ଅଭିଯୋଗ ପରେ ଭଦ୍ରକ ଟାଉନ ପୋଲିସ ହସ୍ତକ୍ଷେପ କରିଛି l
ଭଦ୍ରକ ସହର ର ମୋଟେଲ ଛକ ନିକଟ ରେ ଏକ ଭଡା ଘରେ ପ୍ରତେକ ଗୁରୁବାର ଦିନ ସାରଥୀ ଙ୍କ ର ସତସଙ୍ଗ ଆୟୋଜିତ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା l ତେବେ ଏହି ଭଡ଼ାଘରେ ସତସଙ୍ଗ ଆୟୋଜିତ ହେଉଥିବା ନେଇ ଲୋକେ ଭଦ୍ରକ ଟାଉନ ପୋଲିସ କୁ ସୂଚନା ଦେଇଥିଲେ l ପୋଲିସ ଘଟଣାସ୍ଥଳ ରେ ପହଂଚି ସତସଙ୍ଗ କାର୍ଯ୍ୟକ୍ରମ କୁ ଅଟକାଇଥିଲା .ଏହି କାର୍ଯ୍ୟକ୍ରମ ପାଇଁ ସାରଥୀ ଙ୍କ ର ବହୁ ଭକ୍ତ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା .

280 Views

   ସମ୍ବନ୍ଧିତ ଖବର