ଇଏ ଏମିତି ଏକ ଥାନା, ଯେଉଁଠିକି ଯିବାକୁ ବାରମ୍ବାର ଇଚ୍ଛା ହୁଏ

Published By : Prameya-News7 Bureau | January 24, 2022 IST

ଚଣ୍ଡିଖୋଲ ୨୪/୦୧: ଥାନାକୁ ଯିବାକୁ ସାଧାରଣତଃ ଲୋକମାନେ ଭୟ କରନ୍ତି।  ଆଉ ଅଯୋଥାରେ କେହି ଯିବାକୁ ପସନ୍ଦ ବି କରନ୍ତିନି। କିନ୍ତୁ ଏମିତି ଏକ ଥାନା ଅଛି ଯେଉଁଠିକି ଯିବାକୁ ବାରମ୍ବାର ଇଚ୍ଛା ହୁଏ।  ସେଠି ବସିବାକୁ ,ସମୟ ବିତାଇବାକୁ ଭଲ ଲାଗେ। ଲୋକମାନେ ସେଠାକୁ ଯାଇ ମନଭରି ଏଞ୍ଜୟ କରନ୍ତି। କାହିଁକି ଜାଣିଛନ୍ତି।

ଏଠି ଲାଗିଛି ଭଳିକି ଭଳି ଫୁଲ। ଯିଏ ଦେଖୁଛି ଘଡ଼ିଏ ଅଟକି ଯାଉଛି। ଏହା ଏକ ପାର୍କର ଭ୍ରମ ସୃଷ୍ଟି କରିଛି। ହେଲେ ଇଏ ପାର୍କ ନୁହେଁ  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପରିସର । ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ଉଦ୍ୟମରେ ସୁନ୍ଦର ଫୁଲ ବଗିଚା କରି ଥାନା ପରିସରର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଛି। ଗେଣ୍ଡୁ, ସେବତୀ, ଡାଲିଆ ଭଳିକି ଭଳି ଫୁଲ ଗଛ ଲଗା ଯାଇଛି। ବଗିଚା ମଧ୍ୟରେ ପାଦ ଚଲା ରାସ୍ତା, ଆଲୋକୀକରଣ ବ୍ୟବସ୍ଥା, ବସିବା ପାଇଁ ସିମେଣ୍ଟ ଚେୟାର ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଥାନାକୁ ଆସୁଥିବା ଲୋକେ ଫୁଲ ବଗିଚାରେ ବୁଲାବୁଲି କରିବା ସହ ସେଲ୍ଫି ବି ନେଉଛନ୍ତି। ଖାଲି ଫୁଲ ନୁହେଁ ପନିପରିବା ଚାଷ ମଧ୍ୟ କରାଯାଇଛି। ଥାନା ଅଧିକାରୀଙ୍କ ଏଭଳି ଉଦ୍ୟମ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି।

ପୂର୍ବରୁ ଥାନା ପରିସର ଏଭଳି ନଥିଲା, ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ଯୋଗଦାନ ପରେ ବଦଳିଛି ଥାନା ପରିବେଶର ପ୍ରତିଛବି।  ସବୁବେଳେ ପରିବେଶକୁ ସବୁଜ ସୁନ୍ଦର କରିବା ଦିଗରେ ସେ  ଚେଷ୍ଟା ଜାରି ରଖିଛନ୍ତି । ଥାନା କାମରୁ ଟିକିଏ ଫୁରସତ ମିଳିଲେ ଫୁଲ ବଗିଚା ର ରକ୍ଷଣବେକ୍ଷଣ ରେ ଲାଗି ପଡନ୍ତି। ନିଜ ଅଂଚଳକୁ ସବୁଜ ସୁନ୍ଦର ସାଙ୍ଗକୁ ଅପରାଧ ମୁକ୍ତ କରିବା ପାଇଁ ସେ ସଦା ସର୍ବଦା ତତ୍ପରତା ଦେଖାଇ ଆସୁଛନ୍ତି । ଗ୍ରାମବାସମାନେ ତାନା ଅଧିକାରୀଙ୍କ ଏହି କାମକୁ ଖୁବ୍ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.