ଏଥର କୁମ୍ଭମେଳାରେ ଆଉ ହଜିବେନି ଲୋକେ: ନୂଆ ଯୋଜନା ପ୍ରସ୍ତୁତ କରିଛି ପୋଲିସ

Published By : Prameya-News7 Bureau | February 22, 2021 IST

ହରିଦ୍ୱାର ୨୨/୦୨ : ପ୍ରସିଦ୍ଧ କୁମ୍ଭମେଳା ସମ୍ପର୍କରେ ଆପଣ ଗୋଟିଏ କଥା ନିଶ୍ଚୟ ଶୁଣିଥିବେ - 'କୁମ୍ଭରେ ଵିଚିଡ଼ି ଯାଇଥିଲେ ୧୨ ବର୍ଷ ପରେ ଦେଖାହେଲା'। ପ୍ରବଳ ଭିଡ ଯୋଗୁଁ ଲୋକେ ନିଜ ପରିବାରଠୁ ବିଛିନ୍ନ ହୋଇଯାନ୍ତି ଓ ବର୍ଷ ବର୍ଷ ଧରି ନିଜ ପରିବାରକୁ ଭେଟି ପାରନ୍ତିନି। କିନ୍ତୁ ଏଥର କୁମ୍ଭମେଳାରେ ଏମିତି ହେବନି। ଏଥର କୁମ୍ଭମେଳା ପାଇଁ ପୋଲିସ ନୂଆ ଯୋଜନା ପ୍ରସ୍ତୁତ କରିଛି ଯେପରି ବୟସ୍କ ଓ ଶିଶୁ ନିଜ ପରିବାରଠୁ ବିଛିନ୍ନ ହେଲେ ବି ସହଜରେ ନିଜ ପରିବାରକୁ ପାଇପାରିବେ।

{"id":413050,"sizeSlug":"large","linkDestination":"none"}

ସୁରକ୍ଷିତ ବଚପନ୍ ସଂସ୍ଥା ସହ ମିଶି ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ପରିବାର ସହ ଆସୁଥିବା ଶିଶୁଙ୍କ ପାକେଟରେ ଶିଶୁ ପରିଚୟ ପତ୍ର ରଖାଯିବ। ଏଥିରେ ଶିଶୁର ନାଁ, ପିତା-ମାତାଙ୍କ ନାଁ, ଆଧାର ନମ୍ବର, ଘର ଠିକଣା, ହରିଦ୍ୱାରରେ ରହିଥିବା ସ୍ଥାନ, ମୋବାଇଲ ନମ୍ବର ଆଦି ଲେଖାଯିବ। ଗୋଟିଏ ରସିଦ ପୋଲିସ ଓ ସଂସ୍ଥା ପାଖରେ ବି ରହିବ। ଏହି ରସିଦ ସହାୟତାରେ ପୋଲିସ ହଜି ଯାଇଥିବା ଶିଶୁଙ୍କୁ ପରିବାରକୁ ହସ୍ତାନ୍ତର କରିବ। ବୟସ୍କ ବ୍ୟକ୍ତିଙ୍କର ଅନଲାଇନ ପଞ୍ଜିକରଣ କରାଯିବ। ପୋଲିସର ଏହି ପଦକ୍ଷେପ ଦ୍ୱାରା ଲୋକଙ୍କୁ ଅନେକ ଲାଭ ମିଳିବ। ପୋଲିସର ଏହି ପଦକ୍ଷେପକୁ ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି। ପୋଲିସର ଏହି ପଦକ୍ଷେପ ପ୍ରଶଂସନୀୟ ବୋଲି ଲୋକେ କହିଛନ୍ତି। ତେବେ ଏତେ ଭିଡ ଭିତରେ ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପଞ୍ଜିକରଣ ମଧ୍ୟ ପୋଲିସ ପାଇଁ ଏକ ବଡ ଚେଲେଞ୍ଜ ହୋଇପାରେ। ତେବେ ପୋଲିସର ଏହି ପଦକ୍ଷେପ କେତେ ସଫଳ ପ୍ରମାଣିତ ହେବ ତାହା କୁମ୍ଭମେଳା ପରେ ହିଁ ଜଣାପଡିବା।  

{"id":413051,"sizeSlug":"large","linkDestination":"none"}

ହରିଦ୍ୱାରରେ ମହାକୁମ୍ଭ ପାଇଁ ବ୍ୟବସ୍ଥା ଜୋରସୋରରେ ଚାଲିଛି। କୁମ୍ଭମେଳାରେ କୋଟି କୋଟି ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ ବୟସ୍କ ଓ ଶିଶୁ ମଧ୍ୟ ସାମିଲ ଥାଆନ୍ତି। ପ୍ରତି ବର୍ଷ ଅନେକ ଲୋକେ ନିଜ ପରିବାରଠୁ ବିଛିନ୍ନ ହୋଇଯାଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.