Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ମାସ ପାଇଁ ଯାଞ୍ଚ କୋହଳ ହେବାପରେ ପୋଲିସ ଆରମ୍ଭ କଲା ସଚେତନତା ଅଭିଯାନ, ସାମିଲ ହେଲେ ନ୍ୟୁଜ୭ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ

9/09/2019 at 7:46 PM

ଭୁବନେଶ୍ବର୯|୯: ଗାଡି ଚାଳକଙ୍କୁ   ଚକୋଲେଟ ଦେଇ  ଟ୍ରାଫି ନିୟମ ଉଲଂଘନ  ନକରିବାକୁ  ସଚେତନତା। ନୂତନ ମୋଟର ଯାନ ଆଇନ  ଲାଗୁ ହେବାପରେ   ଏବେ ସଚେତନତା ମୁଡରେ   ଟ୍ରାଫିକ ପୋଲିସ। ରାଜଧାନୀର ବିଭିନ୍ନ ଛକ  ବଜାର, ଶିକ୍ଷାନୁଷ୍ଠାନରେ ଲୋକଙ୍କୁ ଚକୋଲେଟ , ଥ୍ୟାଙ୍କୟୁ କାର୍ଡ ଦେଇ   ସଚେତନ କରିଛ ଟ୍ରାଫିକ ପୋଲିସ।

ତିନି ମାସ ମିଳିଲା ଆଶ୍ବସ୍ତି ।  ତିନି ମାସ ପର୍ଯ୍ୟନ୍ତ ନିୟମ କଡ଼ାକଡ଼ି ପାଳନ ନକରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ସଂଶୋଧିତ ମୋଟର ଭେଇକିଲ ଆଇନ ଓ ଜୋରିମାନା ପ୍ରସଙ୍ଗରେ ଲୋକଙ୍କ ରୋଷକୁ ଦେଖି ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କୁ ଗାଡି, ଡ୍ରାଇଭିଙ୍ଗ ଲାଇସେନ୍ସ,ପଲ୍ୟୁସନ ସାର୍ଟିଫିକେଟ  କରାଇବାକୁ ତିନି ମାସର ମହଲତ ଦିଆଯାଇଛି।ସେପେଟ  ନିତିନିୟମ ମାନି ଗାଡି ଚଳାଉଥିବା ଚାଳକଙ୍କୁ ଭୁବନେଶ୍ବରର  ବିଭିନ୍ନ୍ ଛକରେ ଥ୍ୟାଙ୍କ ୟୁ କାର୍ଡ  ବାଣ୍ଟି   ସଚେତନ କରିଛି ଟ୍ରାଫିକ ପୋଲିସ। 

ଭୁବନେଶ୍ବର ଜାଗମରା ପ୍ରମେୟ ଛକରେ ଟ୍ରାଫିକ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା। ଗାଡି ଚାଳକଙ୍କ ନୂତନ  ମୋଟର   ଯାନ ନିୟମକୁ   ମାନିବାକୁ ପରାମର୍ଶ ଦିଆଯାଇଛି । ନ୍ୟୁଜ୭ର ସଂପାଦକ  ଅର୍ଧେନ୍ଦୁ ଦାସ ମଧ୍ୟ ଏହି ଟ୍ରାଫିକ ସତେଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିନା ହେଲମେଟରେ ଗାଡି  ଚଳାଇବା,  ରଙ୍ଗ୍‌ ସାଇଡରେ  ଯିବା ଦୁଇ ଚକିଆ ଯାନ​‌ରେ ତିନି ଜଣ ବସିବା ,   କାରରେ  ସିଟ ବେଲ୍ଟ ନ ବାନ୍ଧିବା,  ମୋବାଇଲରେ କଥା ହୋଇ ଓ ମଦ ପିଇ ଗାଡି ଚଳାଇବାରେ  କଟକଣା କରାଯାଇଛି।

ସେପେଟ  ମଦ୍ୟପାନ କରି ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ବିଭିନ୍ନ ଟୋଲଗେଟ ନିକଟରେ  ଚେକିଙ୍ଗକୁ ଜୋରଦାର କରାଯାଇଛି।  ସେପଟେ ​‌​‌ ଗାଡି ଚାଳକଙ୍କ ସମସ୍ୟା ସମାଧାନ ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛି ପରିବହନ ବିଭାଗ। ୧୮୦୦୩୪୫୧୦୭୩   ଟୋଲ ଫ୍ରି ନମ୍ବର  ଜାରି କରିଛି ପରିବହନ ବିଭାଗ। ସେପଟେ  ବିଭିନ୍ନି  ସ୍ଥାନରେ ଟ୍ରାଫିକ ନିୟମ ନେଇ ​‌ ଆଗାମିଦିନରେ ସଚେତନତାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି  ଟ୍ରାଫିକ ଡିସିପି।

ଦୁଇଦିନି ତଳେ  ଟ୍ରାଫିକ ପୋଲିସର ମାତ୍ରାଧିକ  କାର୍ଯ୍ୟକଳାପ ଯୋଗୁ ରାଜମହଲ ଛକରେ ପୋଲିସ  ଓ  ସାଧାଣର ଜତନାଙ୍କ ମଧ୍ୟରେ  ହୋଇଥିଲା ଖଣ୍ଡ ପ୍ରଳୟ। ରଣାଙ୍ଗନ ପାଲଟି ଥିଲା ରାଜମହଲ ଛକ। ପ୍ରତିବାଦ, ଗଣ୍ଡଗୋଳ, ଖଣ୍ଡପ୍ରଳୟ ପରେ   ୟୁଟଣ୍ଣ ମାରିଛି  ଟ୍ରାଫିକ ପୋଲିସ। 

ଗାଡି ଚାଳକଙ୍କୁ ସଚେତନତା ପୁର୍ବକ  ଟକୋଲେଟ ଦେଇ ଟ୍ରାଫିକ ନିୟମ   ମାନି ଚଳିବା ସହ ଉଲଂଘନ ନ କରିବାକୁ  ଅପିଲ କରିଛି  ଟ୍ରାଫିକ ପୋଲିସ।​  ସେପଟେ ଟ୍ରାଫିକ ନିୟମ ମାନି ଚଳିବା, ନିଜେ  ସୁରକ୍ଷିତ ରହିବା ସାଙ୍ଗକୁ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାନେଇ   ପରାମର୍ଶ  ଦେଇଥିଲେ ବରିଷ୍ଠ ସାମ୍ବାଦିକ ତଥା ନ୍ୟୁଜ ୭ ର ସଂପାଦକ ଅର୍ଧେନ୍ଦୁ ଦାସ।

 ଟ୍ରାଫିକ ନିୟମ ଉଲଂଘନକାରିଙ୍କୁ  ସଚେତନ କରିବା ସହ ଆଗାମି   ତିନିମାସ  ଭିତରେ ସମସ୍ତ ଚାଳକ  ଗାଡିର କାଗଜାତ ପ୍ରସ୍ତୁତରଖିବାକୁ  ପରାମର୍ଶ  ଦିଆଯାଇଛି।  ମାସେ ପ​‌ରେ    କାଗଜ ପତ୍ର ଠିକ ନଥିବା ଗାଡି ମାଲିକ  ତଣ୍ଡ ଗଣିବାକୁ ପଡିବ। ଏହାରି ଭିତରେ  ନିତି ନିୟମ ମାନି ଚଳବା ସହ ଗାଡିର ଆବଶ୍ୟକୀୟ କାଗଜପତ୍ର ଠିକ କରିବାକୁ ପରାମର୍ଶ ଦିଆଯାଇଛି। ନ ହେଲେ ଆଗାମି ଜୋରଦାର ହୋଇ ପାରେ  ମୋଟର ଯାନ ଆଇନ କଟକଣା।

   Related Posts