Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ହେଲୋ ! ପୋଲିସ କଣ୍ଟ୍ରୋଲରୁମ୍ …ମୁଁ ସୁଧା ଯାଦବ କହୁଛି, ରାସ୍ତାରେ ତିନି ଯୁବକ ପିଛା କରୁଛନ୍ତି..ପୋଲିସ ଆସିବା ଦଶ ମିନିଟ ଡ଼େରି ହେଲା ତ .. କଣ ହେଲା ଯୁବତୀର

11/02/2019 at 6:28 PM

କାନପୁର ୧୧/୨- ଉତ୍ତରପ୍ରଦେଶର କାନପୁର ଅଂଚଳର ଏହି ଘଟଣା । ଜଣେ ଯୁବତୀ ପୋଲିସ କଣ୍ଟ୍ରୋଲ ରୁମକୁ ଭୟାର୍ତ୍ତ ହୋଇ କରିଥିଲା  ଫୋନ । ପୋଲସ ପହଂଚିବାକୁ ଲାଗିଥିଲା ୧୦ ମିନିଟ୍ … ତା ପରେ କଣ ହୋଇଥିଲା ଯୁବତୀର ଆସନ୍ତୁ ଜାଣିବା ….

ହେଲୋ ! ପୋଲିସ କଣ୍ଟ୍ରୋଲରୁମ୍ …ମୁଁ ସୁଧା ଯାଦବ କହୁଛି, ରାସ୍ତାରେ ତିନି ଯୁବକ ମୋ ପିଛା କରୁଛନ୍ତି..ମୁଁ ଅସହାୟ । ମୋତେ ଯଦି ସାହାର୍ଯ୍ୟ ନ କରିବା ତାହଲେ ମୁଁ ଦୁଷ୍କର୍ମରେ ଶିକାର ହୋଇଯିବି । ଭୟାର୍ତ୍ତକଣ୍ଠରେ ଏତିକି କହି  ସୁଧା ଫୋନ କାଟିଦେଇଥିଲା ।

ଯୁବକ ପିଛା କରୁଥାନ୍ତି, ସୁଧା ରାସ୍ତାର ଏପଟସେପଟ ଚାହିଁ ତରବର ହୋଇ ଚାଲିଯାଉଥାଏ । ପଛେପଛେ ଗୋଡ଼ାଇ ଚାଲିଥିବା ଯୁବକମାନେ ଯେମିତି ହଠାତ ଧରିନେବେ ସୁଧାକୁ ଆଉ ଝୁଣିଝୁଣି ଖାଇଯିବେ ରାକ୍ଷସମାନେ । ଦେହରେ ଟୋପାଏ ରକ୍ତ ନଥାଏ ସୁଧାର । କଣ କରିବ ନ କରିବ ଜାଣିପାରୁ ନଥାଏ ।

ଆହୁରି ପାଖେଇ ଆସୁଥାନ୍ତି ଯୁବକ । ସୁଧା ଏଥର ଦୌଡ଼ିବା ଆରମ୍ଭ କରିଦେଲା । ଆଗେ ଆଗେ ସୁଧା ଦୌଡ଼ୁଥାଏ..ପଛେପଛେ ବାଇକରେ ଯାଉଥିବା ଯୁବକମାନେ କାବୁ କରିବାକୁ ଚେଷ୍ଟା କରୁଥାନ୍ତି । ଆଖିବୁଜା ଦୌଡ଼ା ଆରମ୍ଭ କରି୍ଦେଲା …ନିଶ୍ଵାସ ପ୍ରଶ୍ଵାସ ଖର ବେଗରେ ଚାଲୁଥାଏ , ଯେମିତି ହାର୍ଟ ଆଟାକ ହୋଇଯିବ । ଏଇ ସମୟରେ ଝୁଣ୍ଟପଡ଼ିଲା ସୁଧା …ତଳେ ପଡ଼ି ଯାଉଯାଉ ଜଣେ ଆସି ମାଡ଼ିବସିବା ପରି ଧରିନେଲେ ସୁଧାକୁ । ଗାଡ଼ିରଖି ତିନିଜଣ ସୁଧାକୁ କାବୁ କରିନେବା ବେଳକୁ ପୋଲିସ ଆସି ପହଂଚିଯାଇଥିଲା ।

ଏହି ଘଟଣାରେ ସଂପୃକ୍ତ ଯୁବକଙ୍କୁ ପୋଲିସ କାବୁ କରିଥାନାକୁ ନେଇଯାଇଥିଲା ।

ମହିଳାଙ୍କୁ ସୁରକ୍ଷା ଦେବାକୁ ଏ ହେଉଛି ପୋଲିସ ମକଡ଼୍ରିଲ । ଡ଼େମୋ ଦେଖାଇ ପୋଲିସଙ୍କୁ ଦିଆଯାଉଥିଲା ତାଲିମ । କିଛି ନ ଥିଲା ସତ ଘଟଣା ।

ଉତ୍ତରପ୍ରଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ପାଇଁ ପୋଲିସ ଏଭଳି ମକଡ଼୍ରିଲ ଅଭ୍ୟାସ କରୁଥିଲା । ସ୍ଥାନୀୟଲୋକ କିଛି ବୁଝି ପାରି ନଥିଲେ ମଧ୍ୟ ଏହା ଥିଲା ସଚେତନତା , ଉଭୟ ଅପରାଧୀ ଓ ପୋଲିସଙ୍କ ପାଇଁ । ଅପରାଧି ସହରରେ ସଚେତନ ହେବା ସହ ପୋଲିସର ଅପରାଧି ଧରିବା ଦକ୍ଷତା ବୃଦ୍ଧି କରିବା ।

ଏହି ଘଟଣା ସତ ଲାଗିଲେ ବି କିନ୍ତୁ ସଂପୂର୍ଣ୍ଣ କାଳ୍ପନିକ ଥିଲା । କେବଳ ପୋଲିସର ଅପରାଧି ଧରିବାର ଡ଼େମୋ ।

   Related Posts