ଅଭାବନୀୟ ଘଟଣା: ପୁରୀ ଶ୍ରୀମନ୍ଦିର ଭିତରୁ ଚୋରୀ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | April 11, 2019 IST

ପୁରୀ୧୧|୪: ଦକ୍ଷିଣ ଦ୍ବାର ନିକଟ ରାମମନ୍ଦିରରୁ ଲୁଟ ଘଟଣାର ଆସାମି ଧରାପଡିନଥିବା ବେଳେ ପୁଣି ଶ୍ରୀମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ସୁଆର ମହାସୁଆର ନିଯୋଗର କୋଇଲି ବୈକୁଣ୍ଠ ନିକଟ ଅନ୍ନଦାନ ଆଟିକା କାର୍ଯ୍ୟାଳୟର ଗେଟ ଭାଙ୍ଗି ଲୁଟ ହୋଇଥିବା ଜଣାପଡିଛି।

{"id":102567}

କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟ ହନୁମାନ ମୂର୍ତ୍ତୀ ନିକଟ କାନ୍ଥ ଭାଙ୍ଗାଯାଇଛି। ଭିତରକୁ ପ୍ରବେଶ କରିବା ପରେ କ୍ୟାସ କାଉଣ୍ଟର କାଚ ଭାଙ୍ଗିବା ସହ ଟ୍ରେଜେରୀ ତଡାଯାଇଥିବା ଜଣାପଡିଛି। ଟ୍ରେଜେରୀ ଆଗରେ ଟଙ୍କା ବିଞ୍ଛୁଡି ହୋଇ ପଡିଥିବା ଦେଖିବାକୁ ମିଳିଛି। ତେବେ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଯାଇଛି ଏଥିସହ ଆଉ କଣ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

{"id":102569}

 ସିଂହଦ୍ବାର ପୁଲିସ ଘଟଣାର ଛାନବିନ ଆରମ୍ଭ କରିଛି। କିଏ ଓ କିଭଳି ଏ କାଣ୍ଡ ଭିଆଇଛି ଏନେଇ ସିସିଟିଭି ଫୁଟେଜ ଅନୁଧ୍ୟାନ କରାଯାଉଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଗତ ୨ତାରିଖରେ ଶ୍ରୀମନ୍ଦିର ଭିତରେ ଥିବା ରାମମନ୍ଦିରରୁ ଲୁଟ ହୋଇଥିଲା। ଲୁଟେରାକୁ ଧରିବାରେ ପୁଲିସ ବିଫଳ ହୋଇଥିବା ବେଳେ ଆଜି ଘଟଣା ପୁଲିସର ନିଦ ହଜାଇ ଦେଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ସୁଆରମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର।

{"id":102571}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.