Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଖୋଜିବ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ

8/09/2018 at 5:19 PM

ଫୁଲବାଣୀ ୭|୯: ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କ ଏକ ଯୌନ କେଳେଙ୍କାରୀ ଭିଡିଓ ଭାଇରାଲ ଘଟଣାରେ ମାମଲା ରୁଜ୍ଜୁ କରିଛି ପୋଲିସ | ଏହି ଭିଡିଓ ଭାଇରାଲ ହେବ ପରଠୁ ବିଧାୟକ ଫେରାର ଅଛନ୍ତି | ତାଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ବୋଲି ଫୁଲବାଣୀ ଏସପି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦେବେନ୍ଦ୍ରଙ୍କ ସ୍ତ୍ରୀ ଏହି ଭିଡିଓକୁ ଭାଇରାଲ କରିଥିବା ପୋଲିସ ସୂଚନା ଦେଇଛି | ଏଥି ସହ ପୂର୍ବତନ ବିଧାୟକଙ୍କ ପତ୍ରୀ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିଥିବା ମଧ୍ୟ ଅନୁମାନ କରାଯାଉଛି | ତେଣୁ ପୋଲିସ ମାମଲାକୁ ଗୁରୁତର ସହିତ ନେଇଛି |
ପୂର୍ବତନ ବିଧାୟକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି। ଏହାକୁ ନେଇ କନ୍ଧମାଳ ଲୋକଙ୍କ ମଧ୍ୟରେ ଅସଂତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ଫୁଲବାଣୀ ସଦର ଥାନାରେ ଦେବେନ୍ଦ୍ରଙ୍କ ବିରୋଧରେ ମଧ୍ୟ ଜଣେ ଯୁବତୀ ଅସଦାଚରଣ ଅଭିଯୋଗ କରିଥିଲେ । ତାଙ୍କୁ ତୁରନ୍ତ ଗିରଫ କରିବାପାଇଁ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଥିଲା । ଗତକାଲି ଭାଇରାଲ ହୋଇଥିବା ଯୌନ କେଳେଙ୍କାରୀ ଭିଡିଓରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ସହ ଥିବା ଯୁବତୀ କିଏ ତାହା ଜଣାପଡି ନାହିଁ । ଦେବେନ୍ଦ୍ରଙ୍କ ଫୋନ୍ ବନ୍ଦ ରହିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । କିଛି ମାସ ତଳେ ଖଜୁରୀପଡା ବିଡିଓଙ୍କୁ ସର୍ବ ସମ୍ମୁଖରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଦେବେନ୍ଦ୍ର ବିବାଦୀୟ ହୋଇଥିଲେ ।

   Related Posts