IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣା : ପୋଲିସ ହାତରେ ଧରାପଡିଛନ୍ତି ଲୁଟେରା, ଜବତ ହୋଇଛି ସୁନା… ଅପରାହ୍ନରେ ପ୍ରେସମିଟ୍

Published By : Prameya-News7 Bureau | November 24, 2020 IST

କଟକ ୨୪।୧୧: କଟକ ନୟାସଡକ IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । କଟକ ଡିସିପିଙ୍କ ତତ୍ତ୍ବାବଧାନରେ ବଡ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ସମସ୍ତ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

wp:html /wp:html

ଲୁଟ୍‌ରେ ବ୍ୟବହୃତ ହୋଇଥିବା ବାଇକ୍ ମଧ୍ୟ ଜବତ ହୋଇଛି । ଲୁଟ୍ ହୋଇଥିବା ଅଧିକାଂଶ ସୁନା ମଧ୍ୟ ଜବତ କରିଛି ପୋଲିସ । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କମିଶନର କହିଛନ୍ତି । ତେବେ ଅଭିଯୁକ୍ତମାନେ କଟକ ଓ ଏହାର ଆଖପାଖ ଅଞ୍ଚଳର ବୋଲି ସୂଚନା ମିଳିଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ଦିନ ଦ୍ବିପ୍ରହରରେ କଟକ ନୟାସଡକ ସ୍ଥିତ IIFLରୁ ବନ୍ଧୁକ ମୁନରେ ଲୁଟ୍‌ ହୋଇଥିଲା । ୩୯ କିଲୋ ୫୦୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ନେଇ ବିଧିବଦ୍ଧ ଭାବେ ଥାନାରେ ଏତଲା ଦେଇଥିଲେ IIFL କର୍ତ୍ତୃପକ୍ଷ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ହୋଇଥିବା ସୂଚନା ମିଳିଥିଲା । ଲୁଟ୍‌ ଘଟଣାରେ IIFL କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଥିଲା । ତେବେ ଏନେଇ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସବିଶେଷ ତଥ୍ୟ ରଖିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.