Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

୬୦ବର୍ଷୀୟା ଅବସରପ୍ରାପ୍ତ ମହିଳା ପ୍ରଫେସର ପ୍ରତିଦିନ ଶାରିରୀକ ସମ୍ପର୍କ ରଖିବାକୁ କରୁଥିଲେ ବାଧ୍ୟ, ଶେଷରେ ଯୁବକ ଜଣଙ୍କ ଏପରି କଲା…

13/09/2020 at 2:26 PM

ଡେରାଡୁନ୍‌ ୧୩।୦୯: ଉତ୍ତରାଖଣ୍ଡରେ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରଫେସର ପୁତଲା ଘୋଷଙ୍କ ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମହିଳା  ପ୍ରଫେସର ଜଣଙ୍କ ନିଜ ପଡ଼ୋଶୀଙ୍କ ସହିତ ସବୁବେଳେ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ।  ଏଥିରୁ ଯୁବକଙ୍କ ଜଣଙ୍କୁ ଯୁବ୍ଧ ହୋଇ ହାତ, ଗୋଡ଼ ଓ ମୁହଁ ବାନ୍ଧି ହତ୍ୟା କରିଦେଇଛି। ଅଭିଯୁକ୍ତ ଯୁବକଙ୍କୁ ଜୋଲିଗ୍ରାଣ୍ଟ ଚୌକ ନିକଟରୁ ଗିରଫ କରାଯାଇଛି । ଅଭିଯୁକ୍ତ ନିକଟରୁ ୧୨ ତୋଲା  ସୁନା ମଧ୍ୟ ଜବତ ହୋଇଛି ।

ଗ୍ରାମୀଣ ଏସ୍‌ପି ଧର୍ମେନ୍ଦ୍ର ଡୋବାଲ ହତ୍ୟାକାଣ୍ଡ ସଂପର୍କରେ କହିଛନ୍ତି ଯେ, ମୃତକ ପୁତଳ ଘୋଷ ଓ ପଡୋଶୀରେ ରହୁଥିବା ଯୁବକ ତନୁଜଙ୍କ ମଧ୍ୟରେ ଆଠ ମାସ ହେଲା ପ୍ରେମ ସଂପର୍କ ଚାଲୁରହିଥିଲା । କେବଳ ଏତିକି ନୁହେଁ ସୁନାର ଗାଁର ଫୁଟବିୟରର ଦୋକାନ ଚଳାଉଥିବା ଏହି ବ୍ୟକ୍ତି ମହିଳାଙ୍କ ଦ୍ୱାରା ବାରମ୍ବାର ଶାରିରୀକ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ କରିବା ନେଇ ଯୁବକ ଜଣଙ୍କ ବ୍ୟଥିତ ହୋଇପଡିଥିଲା ।

ଶେଷରେ ମଙ୍ଗଳବାର ଦିନ ରାତିରେ ପ୍ରଫେସରଙ୍କ ଘର ଭିତରେ ପ୍ରବେଶ କରି ମହିଳାଙ୍କ ହାତ, ଗୋଡ଼ ଓ ମୁହଁକୁ ଦାବି କରି ହତ୍ୟା କରିଛି । ପୋଲିସ ସମ୍ମୁଖରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିସାରିଛି ।  ସେହିପରି  ଅଭିଯୁକ୍ତ ନିକଟରୁ ୧୨ ତୋଲା ସୁନା ଜବତ ହୋଇଛି । ମୃତ ମହିଳା ପ୍ରଫେସରଙ୍କ ଘରୁ ୧୧ରୁ ୧୨ ତୋଲା ସୁନା ଜବତ ହୋଇଥିଲା । ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜେଲ୍‌ ପଠାଯିବ ।

ସୁନାର ଗାଁର ୬୬ବର୍ଷୀୟ ପୁତଲ ଘୋଷଙ୍କ ମୃତଦେହ ଘରେ ପଡିଥିବାର ଦେଖିବାକୁ ମିଳିଥିଲା । ମୁଣ୍ଡର ଗଭୀର ଆଘାତ ଲାଗିଥିଲା । ଯାହାପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ନିକଟରେ ଥିବା ସମସ୍ତ ସିସିଟିଭ୍‌ ଫୁଟେଜ୍‌ ଆଧାରରେ ଅଭିଯୁକ୍ତର ପରିଚୟ ମିଳିଥିଲା । ଶେଷରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ।

   Related Posts