ସ୍ତ୍ରୀ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ୱାମୀ : ବ୍ୟବସାୟ ମାଲିକାନାରେ ପତିଆରା କଳିରୁ ଉଜୁଡିଗଲା ପରିବାର

Published By : Prameya-News7 Bureau | May 14, 2020 IST

ଗାଜିଆବାଦ ୧୪।୦୫:  ସମ୍ପତ୍ତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।  ଉତ୍ତରପ୍ରଦେଶ ଗାଜିଆବାଦର ଲୋନି ଅଞ୍ଚଳରେ ଜଣେ ମହିଳାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାଶ ହୋଇଛି । ପୋଲିସ ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ପୋଲିସ ମୁତାବିକ ଅଭିଯୁକ୍ତ ସ୍ୱାମୀ ହାଜି ସଲୀମ୍‌ ହିଁ ତା ପତ୍ନୀକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ । ଏବଂ ସତ ଲୁଚାଇବାକୁ ପୋଲିସ ଆଗରେ ଏକ ମିଛ କାହାଣି କହିଥିଲେ।

ସୂଚନାଯୋଗ୍ୟ ଯେ, ଲୋନି ପୋଲିସ ମଙ୍ଗଳବାର ଦିନ ଏକ କଲ ପାଇଥିଲା ଯେ ଜଣେ ମହିଳାଙ୍କୁ କାର ଭିତରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲା। ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଥିଲା ।  ଘଟଣାସ୍ଥଳରେ ଉପସ୍ଥିତ ହାଜି ସଲିମ ପୋଲିସକୁ କହିଥିଲେ ଯେ ସେ ତାଙ୍କ ପତ୍ନୀ ଦିବ୍ୟା ରାଣାଙ୍କୁ ଜଣେ ବ୍ୟକ୍ତି ପ୍ଲାଣ୍ଟ ଦେଖାଇବା ପାଇଁ ଆଣିଥିଲା । ସେ ଯେତେବେଳେ ଲୋନିରେ ପହଞ୍ଚିଥିଲେ । ବ୍ୟକ୍ତି ଜଣଙ୍କ ସହ ତାଙ୍କ ପତ୍ନୀଙ୍କ କୌଣସି  ପ୍ରସଙ୍ଗରେ ଝଗଡ଼ା ହୋଇଥିଲେ । ପରେ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀକୁ ଗୁଳି ମାରି ଘଟଣାସ୍ଥଳରୁ ଖସି ପଳାଇଥିଲା । କିନ୍ତୁ ପୋଲିସକୁ ହାଜି ସଲିମଙ୍କ କଥାରେ ବିଶ୍ୱାସ ହୋଇପାରୁନଥିଲା । କାରଣ ଜଣେ ମହିଳାଙ୍କୁ ସର୍ବସାଧାରଣରେ  ଜଣେ  ବ୍ୟକ୍ତି କିପରି ଗୁଳି ଚଳାଇଥିଲା ଏବଂ ତାଙ୍କ ସ୍ୱାମୀଙ୍କ ପ୍ରତି କିଛି କରିନଥିଲା । ଘଟଣାରେ ପୋଲିସକୁ କୌଣସି ସାକ୍ଷୀ ମଧ୍ୟ ମିଳିନଥିଲା । ଯିଏକି ଗୁଳିମାଡ କରିବାର ଶବ୍ଧ ଶୁଣିଥିଲା ।  

ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏବଂ  ହାଜି ସଲିମଙ୍କ ମୋବାଇଲକୁ ଯାଞ୍ଚ କରି ଜେରା ମଧ୍ୟ କରିଥିଲା । ପୋଲିସ ପଚରାଉଚରା ସମୟରେ ସେ ନିଜର ଦୋଷ ସ୍ୱୀକାର କରିଥିଲା । କିନ୍ତୁ ହତ୍ୟାକାଣ୍ଡ କଣ ପାଇଁ ହୋଇଛି ତାହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିବା । ବାସ୍ତବରେ ହାଜି ସଲିମ କହିଥିଲେ ଯେ, ତାଙ୍କର ଏକ ସମ୍ପତ୍ତି କାମ ଅଛି । ଯାହାକୁ  ତାଙ୍କ ପତ୍ନୀ ହଡ଼ପ କରିବାକୁ  ଚାହୁଁଛି । ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ହତ୍ୟାକାଣ୍ଡ ପାଇଁ ଦୁଇ ଜଣ ଲୋକଙ୍କୁ ସୁପାରୀ ଦେଇଥିଲା । ଷଡଯନ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ ସଲୀମ ନିଜ ପତ୍ନୀଙ୍କୁ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି ତାଙ୍କ ପ୍ଲାଣ୍ଟ କିଣିବାକୁ ଚାହୁଛି । ପ୍ଲାଣ୍ଟ ନିକଟକୁ ନେଇ ସଲିମ ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହାପରେ ପୋଲିସକୁ ଡାକି ନିଜେ ହତ୍ୟାର ଏକ କାହାଣୀ କହିଥିଲା । ସଲିମ୍‌ଙ୍କର ଏହା ତୃତୀୟ ବିହାର । ପୋଲିସ ଘଟଣାରେ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.