ଚପଲର ଗନ୍ଧରୁ ହତ୍ୟାକାରୀକୁ ଧରିଲା ପୋଲିସ କୁକୁର, ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟିଚିପି ଦେଇଥିଲା ଅଭିଯୁକ୍ତ

Published By : Prameya-News7 Bureau | January 05, 2021 IST

ଠାଣେ : ତଲସାରୀ ତାଲୁକ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡର ରହସ୍ୟ ଉଦଘାଟନ କରିଛି ପୋଲିସର ସନ୍ଧାନୀ କୁକୁର। ଘଟଣାସ୍ଥଳରୁ ମିଳିଥିବା ସ୍ଲିପରକୁ ସୁଂଘି କୁକୁର ଅଭିଯୁକ୍ତକୁ ବସ୍ତିରୁ ଚିହ୍ନଟ କରିଥିବା ବେଳେ ପୋଲିସ ତାକୁ ଗିରଫ କରିଛି। ଅଭିଯୁକ୍ତ ଏକ ଦିନ ମଜୁରିଆ ଓ ସେ ରାତିରେ ଶୋଇଥିବା ମା, ବାପାଙ୍କ କୋଳରୁ ତାଙ୍କ ୩ ବର୍ଷର ଝିଅକୁ ଉଠାଇ ନେବା ସହ ଦୁଷ୍କର୍ମ ପରେ ହତ୍ୟା କରି ନିକଟସ୍ଥ ଧାନବିଲରେ ପକାଇ ପଳାଇଥିଲା।

ଠାଣେ ପୋଲିସ ମାମଲାର ତଦନ୍ତ କରି ସନ୍ଦେହରେ ୩ ଜଣଙ୍କୁ ଅଟକ କରିଥିଲା। ତେବେ ରାତି ଅନ୍ଧାରରେ ତାଙ୍କ ଝିଅକୁ ଉଠାଇ ନେଇଥିବା ଅଭିଯୁକ୍ତକୁ ଶିଶୁର ମା ଚିହ୍ନଟ କରିବାରେ ବିଫଳ ହୋଇଥିଲେ। ଏଣୁ ପୋଲିସ ଅପରାଧୀକୁ ଧରିବା ଲାଗି ସ୍ନିପର ଡଗର ସହାୟତା ନେଇଥିଲା। ଘଟଣା ସ୍ଥଳରେ ପଡିଥିବା ଚପଲ ସୁଂଘି କୁକୁର ଅପରାଧୀର ଘରେ ପହଞ୍ଚି ତାକୁ ଧରିଥିବା ବେଳେ ପୋଲିସ ଗିରଫ କରିଛି।

ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ଏକ ନିଶାଡି ଓ ସେଯେଉଁଠାରେ କାମ କରେ ସେଠାରେ ମହିଳାଙ୍କ ପ୍ରତି ଅସଦାଚରଣର ଅଭିଯୋଗ ଥିବାର କହିଛି। ନିଶାସକ୍ତ ଯୋଗୁ ତା ପତ୍ନୀ ଓ ପିଲାଛୁଆ ତାକୁ ଛାଡି ଚାଲିଯାଇଛନ୍ତି। ତା ବିରୋଧରେ ପୋଲିସ ଆଇପିସିର ଧାରା ୩୬୩, ୩୭୬ ଓ ପକ୍ସୋ ଆଇନରେ ମୋକଦ୍ଦମା ରୁଜୁ କରି କୋର୍ଟରେ ହାଜର କରିଥିବା ବେଳେ ତାକୁ ହାଜତକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.