ପୋଲିସ ଏସ୍‌ଆଇ ସସ୍‌ପେଣ୍ଡ, ମାମଲା ରଫାଦଫା ପାଇଁ ମାଗୁଥିଲେ ଲାଞ୍ଚ

Published By : Prameya-News7 Bureau | January 15, 2020 IST

ଖୋର୍ଦ୍ଧା ୧୫।୧: ମାମଲାକୁ ରଫାଦଫା କରିବାକୁ ଥାନା ଏସଆଇ ଲାଞ୍ଚ ମାଗିବା ଅଡିଓ ଭାଇରାଲ୍ ଖବର ପ୍ରସାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ । ଏସଆଇ ସୁଜାତା ପଲେଇଙ୍କୁ ସସପେଣ୍ଡ କରିଛନ୍ତି ଖୋର୍ଦ୍ଧା ଏସ୍‌ପି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗଙ୍କ ସହ ପ୍ରେମିକାଙ୍କୁ ଦେଖା କରିବାକୁ ଦକ୍ଷିଣପରୀକ୍ଷତା ଗ୍ରାମକୁ ଯାଇଥିଲେ । ପୋଖରୀ କୂଳରେ ଯୁବକ ହର୍ଣ୍ଣ ମାରିବାରୁ ଯୁବକ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ଏହାପରେ ଯୁବକଙ୍କୁ ଗ୍ରାମବାସୀ ଇଲେକ୍ଟ୍ରିଖୁଣ୍ଟରେ ବାନ୍ଧି ମାଡମାରିବା ସହ ପୋଲିସ ଜିମା ଦେଇଥିଲେ ।

ପୋଲିସ ଯୁବକ ଦୁଇ ଜଣଙ୍କୁ ଗିରଫ କରିବା ସହ ମାମଲାଟିକୁ ରଫାଦଫା କରିବା ପାଇଁ  ଗିରଫ ଯୁବକଙ୍କ ପରିବାରକୁ ଲାଞ୍ଚ ମାଗିଥିଲେ । ଏପରି କି ଗିରଫ ଯୁବକଙ୍କ ପରିବାର ଠିକ୍ ସମୟରେ ଥାନାରେ ପହଞ୍ଚି ଲାଞ୍ଚ ନଦେବାରୁ ମାମଲାଙ୍କୁ ଆହୁରି କଠୋର କରିବାକୁ ଏସଆଇ ଜଣଙ୍କ ଫୋନରେ ଧମକ ଦେଇଥିଲେ । ଖବର ପ୍ରସାରିତ ହେବା ପରେ ଆଜି ଖୋର୍ଦ୍ଧା ଏସପି ସସପେଣ୍ଡ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.