ପୋଲିସ ଏସ୍ଆଇଙ୍କ ଘରେ ଭିଜିଲାନ୍ସ ରେଡ୍
12/12/2019 at 12:41 PM

ପଟ୍ଟାମୁଣ୍ଡାଇ ୧୨।୧୨: ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ । କଟକ ପୋଲିସ ହେଡକ୍ବାର୍ଟରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟରଙ୍କ ଘରେ ରେଡ୍ ଚାଲିଛି । ସବ୍ ଇନ୍ସପେକ୍ଟର ଜନ୍ମେଞ୍ଜୟ ମଲ୍ଲିକଙ୍କ ପଟ୍ଟାମୁଣ୍ଡାଇ ସ୍ଥିତ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ ।

ପଟ୍ଟାମୁଣ୍ଡାଇ ଅଣ୍ଡରା ସ୍ଥିତ ବାସଭବନ, ଶ୍ବଶୁର ଘର, କଟକ ସ୍ଥିତ ଅଫିସ, ତୁଳସୀପୁର ଓ ଚହଟା ସ୍ଥିତ ଘରେ ଏକକାଳୀନ ରେଡ୍ ଚାଲିଛି । ଜନ୍ମେଞ୍ଜୟ କଟକ ପୋଲିସ ହେଡକ୍ବାର୍ଟରେ କାର୍ଯ୍ୟରତ ଅଛନ୍ତି ।
Related Posts
୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
2 March 2021
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021