ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ, ଏସ୍‌ଆଇ ବାବୁଙ୍କୁ ମାଡି ବସିଲା ଭିଜିଲାନ୍ସ

Published By : Prameya-News7 Bureau | June 25, 2020 IST

ବ୍ରହ୍ମପୁର୨୫/୬: ଭିଜିଲାନ୍ସ ଜାଲରେ ପୋଲିସ୍‌ ଏସ୍‌ଆଇ। ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗନ୍ନାଥ ପ୍ରସାଦ ଥାନାର ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ ଧରା ପଡିଛନ୍ତି। ଥାନାକୁ ଆସିଥିବା ଏକ ମାମଲା ସାମାଧାନ କରି ଦେବେ କହି ୩ ହଜାର ଟଙ୍କା ଡିମାଣ୍ଡ କରିଥିଲେ। ମିଳିଥିବା ସୂଚନା ଅନୁସାରେ ପି.ରାଜା ସେନାପତି ନାମକ  ଜଣେ ବ୍ୟକ୍ତିଙ୍କଠାରୁ ୩ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଏସ୍‌ଆଇ ବାବୁ ଜଣଙ୍କ ଧରା ପଡିଛନ୍ତି। ଏହି ଲାଞ୍ଚ ନେବା ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ କେସ୍‌ ନଂ.୮/୨୦୨୦ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧ ତଥ୍ୟ ସଂଗ୍ରହ କରୁଛି। ଏହା ପୂର୍ବରୁ ଏସ୍‌ଆଇଙ୍କ ନାଁ ଏମିତି କିଛି ମାମଲା ରହିଛି କି ? ସେନେଇ ବ୍ରହ୍ମପୁର ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ଏ ସଂପର୍କରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚାରଉଚାର କରିଛନ୍ତି। ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ ଅଧିକ ତଥ୍ୟ ସଂଗ୍ରହ କରୁଛି ବ୍ରହ୍ମପୁର ଭିଜିଲାନ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.