Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଖାକିରେ ଦାଗ : ଅଭିଯୋଗକାରିଣୀଙ୍କୁ ୩ ଦିନ ଧରି ଦୁଷ୍କର୍ମ କଲେ ଏସଆଇ, ନ୍ୟାୟ ଦେବା ବାହାନାରେ ଲୁଟିଲେ ଇଜ୍ଜତ

8/03/2021 at 11:14 AM

ଜୟପୁର,୦୮/୦୩:  ରକ୍ଷକ ସାଜିଲା ଭକ୍ଷକ । ସୁରକ୍ଷା ଦେବା ଆଳରେ ଲୁଟିଲା ଇଜ୍ଜତ । ରାଜସ୍ଥାନର ଅଲଓ୍ୱାରର ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଅଲଓ୍ୱାରର ଖେଣ୍ଡଲୀ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଏସଆଇ ଦୁଷ୍କର୍ମ କରିଛନ୍ତି । ମହିଳାଙ୍କୁ ଏକ କୋଠରୀକୁ ନେଇ ଏସଆଇ ଭରତ ସିଂ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ୨୬ ବର୍ଷୀୟା ମହିଳାଙ୍କୁ ୫୪ ବର୍ଷୀୟା ଏସଆଇ ତିନିଦିନ ଯାଏଁ ଦୁଷ୍କର୍ମ କରିଥିଲେ । ଏନେଇ ମହିଳାଜଣଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି । ପୀଡିତା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ମାର୍ଚ୍ଚ ୨ ତାରିଖରେ ନିଜ ପତିଙ୍କ ବିରୋଧରେ ଥାନାକୁ ଯାଇଥିଲେ । ତାଙ୍କ ପତି ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ । କିନ୍ତୁ ମହିଳା ଛାଡପତ୍ର ଚାହୁଁନଥିଲେ । ଏସଆଇ ଭରତ ସିଂ ପତିଙ୍କ ସହ ଦେଖାଦେଇଥିବା ମତାନ୍ତରକୁ ସମାଧାନ କରିବା ନାଁରେ ୩ ଦିନ ଧରି ତାଙ୍କୁ ଦୁଷ୍କର୍ମ କରିଥିଲେ । ନିଜ ଅଫିସ ଓ ଘରେ ନେଇ ଦୁଷ୍କର୍ମ କରିଥିଲେ ।

ମାର୍ଚ୍ଚ ୭ରେ ମହିଳାଙ୍କୁ ପୁଣି ଥାନାକୁ ଡକାଯାଇଥିଲା । କିନ୍ତୁ ସେ ପ୍ରଥମେ ଯାଇନଥିଲେ । ପରେ ଥାନାକୁ ଯାଇ ଏସଆଇଙ୍କ ବିରୋଧରେ ଏଫଆଇଆର ଦେଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଆଇଜି  ହଓ୍ୱା ସିଂ ଧୁମାରିଆ, ଏସପି ତେଜସ୍ୱିନୀ ଗୌତମ ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts