ଗାଡି ଚେକିଂ ବେଳେ ମଦ୍ୟପର ବାଇକ୍ ଧକ୍କାରେ ପୁଲିସ୍ ଏସ୍ଆଇ ମୃତ
18/11/2019 at 10:03 PM

ବାରିପଦା ୧୮।୧୧ – କାର୍ଯ୍ୟରତ ପୁଲିସ ଏସ୍ଆଇଙ୍କର ମୃତ୍ୟୁ । ବାରିପଦା ଟାଉନ ଥାନା ଏସ୍ଆଇ ଦୟାନିଧି ଦାସ୍ ଗାଡି ଚେକିଂ କରୁଥିବା ବେଳେ ଏକ ବାଇକ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି ।
ବାରିପଦାରେ ଅଭାବନୀୟ ଘଟଣା। ମଦ୍ୟପ ବାଇକ୍ ଚାଳକ ଙ୍କୁ ଟ୍ରାଫିକ୍ ଚେକିଂ ବେଳେ ଜଣେ ମଦ୍ୟପ ଯୁବକ ଙ୍କ ବାଇକ୍ ଧକ୍କାରେ ବାରିପଦା ଟାଉନ୍ ଥାନା ର ଏସ.ଆଇ ଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମୟୁରଭଞ୍ଜ ଆଇନ ମହାବିଦ୍ୟାଳୟ ନିକଟରେ ସୋମବାର ସନ୍ଧ୍ୟାରେ ମଦୁଆ ବାଇକ ଚାଳକ ମାନଙ୍କ ଚେକିଂ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି। ଟାଉନ୍ ଥାନା ର ସବ୍ ଇନସ୍ପେକ୍ଟର ଦୟାନିଧୀ ଦାସ୍ ଏକ ମଦୁଆ ବାଇକର୍ କୁ ଆଟକାଇବାକୁ ଯାଇଟିବା ବେଳେ ବାଇକ୍ ଚାଳକ ଜଣକ ନ ଅଟକି ଦୃତଗତିରେ ଦୟାନିଧି ଙ୍କୁ ଧକ୍କା ଦେଇ ପଳାଇବାକୁ ଉଦ୍ୟମ କରିଥିଲା। ଧକ୍କା କାରଣରୁ ଏସ୍ ଆଇ ଦାସ୍ ଙ୍କୁ ଗୁରୁତର ଅବସ୍ଥାରେ ପିଆରଏମ୍ ମେଡିକାଲ ଅଣାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ଘଣ୍ଟାଏ ଭିତରେ ସେ ପ୍ରାଣ ହରାଇଛନ୍ତି। ମଦ୍ୟପ ବାଇକର୍ କୁ ପୋଲିସ ଧରି ଟାଉନ୍ ଥାନା ରେ ଅଟକ ରଖିଛି।