ଗୁରୁ-ଶିଷ୍ୟା ସମ୍ପର୍କରେ ଲାଗିଲା କଳଙ୍କ, ଅଶ୍ଲିଳ ଭିଡିଓ ଭାଇରାଲ ହେବା ପରେ ସ୍କୁଲରେ ତାଲା ପକାଇଲା ପୋଲିସ

Published By : Prameya-News7 Bureau | July 19, 2019 IST

ପାଟନା:  ପୁଣି ଗୁରୁ-ଶିଷ୍ୟା ସମ୍ପର୍କରେ ଲାଗିଛି କଳଙ୍କ। ବିହାର ରାଜଧାନୀ ପାଟନାର ପାଲିଗଞ୍ଜ ଅଞ୍ଚଳରେ କୋଚିଂ ନାମରେ ଚାଲିଥିଲା ସେକ୍ସ ରାକେଟ୍। ସ୍କୁଲର ନାବାଳିକ ଛାତ୍ରୀଙ୍କୁ ଫସାଇ କୋଚିଂ ସେଣ୍ଟର ଚଳାଇଥିବା ରାକେଟ୍ ର ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ଜଣାପଡିଛି। ପୋଲିସ କୋଚିଂ ସେଣ୍ଟର ସମେତ ସ୍କୁଲରେ ତାଲା ପକାଇ ଦେଇଛି। ଅନ୍ୟପକ୍ଷରେ ମାମଲାର ଗୁରୁତ୍ୱ ଦୃଷ୍ଟିର ତଦନ୍ତ ନିମନ୍ତେ ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି।

{"id":135458}

ମାମଲାରୁ ପ୍ରକାଶ ଯେ ଗତ ମଙ୍ଗଳବାର ସୋସାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଭିଡିଓରେ ଥିବା ନାବାଳିକା ଛାତ୍ରୀର ଅଭିଭାବକ ଏ ନେଇ ସ୍ଥାନୀୟ ଥାନାରେ ଲିଖିତ ଏତଲା ଦେଇଛନ୍ତି। ତାଙ୍କ ୧୫ ବର୍ଷର ଝିଅ ଲିଟିଲ ଫ୍ଲାୱାର ସ୍କୁଲରେ ଷଷ୍ଠଶ୍ରେଣୀରେ ପଢେ। ତେବେ ପାଠପଢାରେ କମଜୋର ଦର୍ଶାଇ  ସ୍କୁଲର ପ୍ରିନ୍ସିପାଲ ଓ ଅଧ୍ୟକ୍ଷ ତାଙ୍କୁ ଝିଅକୁ କୋଚିଂ ଛାଡିବାକୁ କହିଥିଲେ। ସ୍କୁଲରେ ଇଂରାଜୀ ପଢାଉଥିବା ଶିକ୍ଷକ ଧର୍ମେନ୍ଦ୍ରଙ୍କ ଦେଖରେଖରେ ତାଙ୍କୁ କୋଚିଂ ସେଣ୍ଟରରେ ଆଡମିସନ କରାଯାଇଥିଲା। ତେବେ ନିକଟରେ ଧର୍ମେନ୍ଦ୍ର ସ୍କୁଲ ଛାଡି ସାରିଥିବା ବେଳେ ସମ୍ପୃକ୍ତ ଛାତ୍ରୀଙ୍କ ସହ ତାର ଅଶ୍ଲୀଳ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହୋଇଛି।  

{"id":135459,"width":578,"height":310}

ସ୍କୁଲର ଡାଇରେକ୍ଟରଙ୍କ ଅନୁସାରେ ଭିଡିଓ ପ୍ରାୟ ୬ ମାସ ପୂର୍ବର। ଏବେ ସମ୍ପୃକ୍ତ ଶିକ୍ଷକ ସ୍କୁଲରେ ପଢାଉ ନାହାନ୍ତି। ତେବେ ଘଟଣାରେ ସ୍କୁଲର ପ୍ରିନ୍ସିପାଲ, ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ସମ୍ପୃକ୍ତ ଥିବା ପରି ମନେ ହେଉଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ପୋଲିସ ସ୍କୁଲକୁ ବନ୍ଦ କରି ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି। ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଶିକ୍ଷକ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ପୋଲିସ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.